Odiapua.com

ସାଂସଦ ରାଜଶ୍ରୀ ମଲ୍ଲିକଙ୍କୁ ତିର୍ତ୍ତୋଲରେ ବିରୋଧ

ତିର୍ତ୍ତୋଲ ୪-୮ (ଓଡ଼ିଆ ପୁଅ) ଜଗତସିଂହପୁରର ସାଂସଦ ରାଜଶ୍ରୀ ମଲ୍ଲିକଙ୍କୁ ତିର୍ତ୍ତୋଲରେ ବିରୋଧ କରାଯାଇଛି। ମିଳିଥିବା ସୂଚନାଅନୁଯାୟୀ ଏହି ବିରୋଧ ବିଜେଡି କର୍ମୀମାନେ କରିଛନ୍ତି। କନକପୁର ପଞ୍ଚାୟତର ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଏହି ବିରୋଧ କରିଛନ୍ତି ଦଳୀୟ କର୍ମୀ। ସାଂସଦଙ୍କ ଗାଡ଼ି ଆଗରେ କର୍ମୀମାନେ ଗାଡ଼ି ଆଗରେ ଶୋଇ କର୍ମୀମାନେ ଶୋଇଯିବାରୁ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସାଂସଦ ରାଜଶ୍ରୀଙ୍କୁ ବାଇକ୍‌ରେ ଯୋଗେ ଯିବାକୁ ପଡ଼ିଥିଲା। ତେବେ ଖବର ନେବାରୁ ଜଣାପଡ଼ିଛିଯେ, ବିଧାୟକଙ୍କୁ ନଜଣାଇ କାର୍ଯ୍ୟକ୍ରମକୁ ଆସିଥିବାରୁ ଏହି ବିରୋଧ କରିଛନ୍ତି ସମର୍ଥକ। ତେବେ ଏହାକୁ ନେଇ ରାଜନୈତିକ ମହଲରେ, ଦଳ ଭିତରେ ଏକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।