Odiapua.com

ସେପ୍ଟେମ୍ବର ୯ରେ ‘ଓପାଫ’ର ଦ୍ୱିତୀୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର, ୦୭ା୦୯ (ଓଡ଼ିଆ ପୁଅ) :ଆସନ୍ତା ସେପ୍ଟେମ୍ବର ୯ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ଇଡ୍କଲ୍ ଅଡିଟୋରିୟମ୍ କକ୍ଷରେ ‘ଓପାଫ’ (ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟ ଆସୋସିଏସନ୍ ଫୋରମ) ତାର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ମୁଖ୍ୟବକ୍ତା ଭାବେ ସମ୍ବାଦର ସମ୍ପାଦକ ଓ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରବି ଦାସ ଓ ବିଶିଷ୍ଟ ଶିକ୍ଷାବିତ୍ କମଳାକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ସି.ବି.ଏସ୍.ଇ. ପାଠ୍ୟକ୍ରମର ଦଶମ ଓ ଦ୍ୱାଦଶ ଶ୍ରେଣୀର କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମୁଖ ଯୋଗଦେଇ ପୁରସ୍କାର ବିତରଣ କରିବେ। ଏହି ଉତ୍ସବରେ ସଂଗଠନ ଅଧ୍ୟକ୍ଷ ଅଧ୍ୟକ୍ଷତା କରିବେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯିବ।