Odiapua.com

ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ଗୁଳିବିନିମୟ ଏକ ଆତଙ୍କବାଦୀ ନିପାତ – AK-47 ଉଦ୍ଧାର

File Photo

ନୂଆଦିଲ୍ଲୀ ୧୭-୧୦ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହେବାର ଖବର ମଧ୍ୟ ମିଳିଛି। କୁହାଯାଉଛି ଯେ, ନିହତ ଆତଙ୍କବାଦୀଙ୍କ ନିକଟରୁ ଏକ AK-47 ରାଇଫଲ ମଧ୍ୟ ଉଦ୍ଧାର କରାଯାଇଛି। ଏଥିସହିତ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଖୁଫିଆ ଏଜେନ୍ସିକୁ ଅନନ୍ତନାଗ ଜିଲ୍ଲାର ଲାର୍ନୁ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଥିଲା। ଏହି ସୂଚନାକୁ ଆଧାର କରି ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ଆତଙ୍କବାଦୀମାନେ ନିଜକୁ ଘେରି ରହିଥିବାର ଦେଖି ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ କିନ୍ତୁ ଆତଙ୍କବାଦୀମାନେ ଲଗାତାର ଗୁଳି ଚଳାଇଥିଲେ। ଶେଷରେ ସୁରକ୍ଷା ବାହିନୀ ମଧ୍ୟ ସାମ୍ନାକୁ ଆସି ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯେଉଁଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ସୁରକ୍ଷା ବାହିନୀଙ୍କ ଦ୍ୱାରା ନିହତ ଆତଙ୍କବାଦୀଙ୍କ ନିକଟରୁ ଏକ AK-47 ରାଇଫଲ ମଧ୍ୟ ଉଦ୍ଧାର କରାଯାଇଛି।