Odiapua.com

ପୁଣି ଯାଜପୁର ଜିଲ୍ଲାରୁ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮

ଭୁବନେଶ୍ବର ୧-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି ହୋଇଛି। ଆକ୍ରାନ୍ତ ଜଣକ ଯାୟପୁର ଜିଲ୍ଲାର। ସେ ବେହେରା ପାଟଣାର ବୋଲି ଜଣାପଡ଼ିଛି। ସେ ୩୦ ବର୍ଷର ଯୁବକ। ତାଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଉନାହିଁ। ସେ କୋଲକାତା ଫେରନ୍ତା। ତେବେ ଯାଜପୁରରେ ୩୯ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା। ସେ ମଧ୍ୟରେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ତେବେ ରାଜ୍ୟରେ ୧୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬ ଜଣଙ୍କ ଚିକିତ୍ସା ଚାଲିଛି ଓ ୪୧ ଜଣ ସୁସ୍ଥ ହୋଇସାରିଲେଣି। ଜଣଙ୍କର ମୃତ୍ୟୁ ହୋଇଛି।

ତେବେ କିଛି ସମୟ ପୂର୍ବରୁ ଯାଜପୁର ଜିଲ୍ଲାରୁ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।ଜଣେ ୭୫ ବର୍ଷୀୟା ମହିଳା କଟିକଟା ଅଞ୍ଚଳର ଥିବା ବେଳେ ଆଉ ଜଣେ ୫୫ ବର୍ଷିୟ ପୁରୁଷଜଣକ ବିରଜାପୁର ଅଞ୍ଚଳର ଏବଂ ସେଦୁହେଁ କୋଲକାତା ଫେରନ୍ତା ବା ସମ୍ପର୍କୀୟ ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ଦୁଇ ଜଣ ଯୁବକ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଦୁଇ ପଜିଟିଭ୍ ବଲାଙ୍ଗୀର ଜିଲ୍ଲାର ଲେଖାରିଆ ଗାଁର। ଉଭୟଙ୍କର ବୟସ ଯଥାକ୍ରମେ ୨୨ ଓ ୧୮ ବର୍ଷ। ଏଦୁହେଁ ତାମିଲନାଡ଼ୁରୁ ଫେରିଛନ୍ତି। ଉଭୟଙ୍କର ଟ୍ରାଭେଲ ହିଷ୍ଟ୍ରି ଏବଂ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି।