Odiapua.com

ବିଜେପିକୁ ଆସିବେ ଆଉ ଜଣେ ପ୍ରତିଭା!

ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀ ରାଜନୀତିକୁ ଆସିବା ପରେ ରାଜନୀତି କ୍ଷେତ୍ର ପ୍ରତି ଏକ ଆଗ୍ରହ ସୃଷ୍ଟି ହେଇଛି।ଏଥିରେ ଉତ୍ସାହିତ ହୋଇ ଏବେ ଜଣେ ପ୍ରତିଭା ରାଜନୀତି ତଥା ବିଜେପିକୁ ଆସିବାର ସମ୍ଭାବନା ରହିଛି।ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଏକ ପ୍ରତିଷ୍ଠିତ ପଦବୀରେ ଏବେ ଅବସ୍ଥାପିତ ଅଛନ୍ତି।ସେ ଏବେ ନିଜକୁ ସାମାଜିକ ତଥା ସେବା ଭିତିକ କାମରେ ନିୟୋଜିତ ରଖିଛନ୍ତି।ଆଉ ଏକ ବଡ଼ କଥା ସେ ଓଡ଼ିଶାର ଜଣେ ଅତି ଜଣାଶୁଣା ଏବଂ ପ୍ରତିଷ୍ଠିତ ପରିବାରର ଦାୟାଦ।

ସେ ମଧ୍ୟ ବିଜେପିର ବିଚାରଧାରା ଏବଂ ମୋଦୀଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ।ଲୋକଙ୍କ ପାଇଁ କାମ କରିବାରେ ତାଙ୍କର ଆଗ୍ରହ ଥିବା ସହ ଏଥିପାଇଁ ରାଜନୀତି ଏକ ବଡ଼ ପ୍ଲାଟଫର୍ମ ବୋଲି ସେ କହୁଥିଲେ ମଧ୍ୟ ରାଜନୀତି କ୍ଷେତ୍ରକୁ ଆସିବା ଏତେ ସହଜ ଭାବୁନଥିଲେ।ଅପରାଜିତା ରାଜନୀତିକୁ ତଥା ବିଜେପିକୁ ଆସିବା ଓଡ଼ିଶା ପାଇଁ ଶୁଭଙ୍କର ବୋଲି ତାଙ୍କର ମତ।ଏବେ ଅପରାଜିତାଙ୍କର ଆଗମନକୁ ଦେଖି ତାଙ୍କ ମନରେ ବିଶ୍ୱାସ ଏବଂ ଆଗ୍ରହ ଆସିଛି।ତାଙ୍କ ପାଖରେ ଦକ୍ଷତା ଅଛି,ଆଗ୍ରହ ଅଛି।କିନ୍ତୁ ହୁଏତ ସେପରି ସୁଯୋଗ କିମ୍ବା ପରିସ୍ଥିତି ଉପୁଜିନି।କିନ୍ତୁ ଏବେ ଅପରାଜିତା ଆସିବା ପରେ ଏକ ନୂଆ ସମ୍ଭାବନା ସୃଷ୍ଟି ହେଇଛି।/ଦେବଦତ୍ତ