Odiapua.com

ମିନିଟ୍ରକ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ, ଆଠ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଟିଟିଲାଗଡ଼ ୧୩-୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ନିର୍ବନ୍ଧ ଭୋଜି ଖାଇ ସାଇବା ପରେ ଫେରିଲା ବାଟରେ ଟିଟିଲାଗଡ଼ ଥାନାର ରିଗଡୁଲ ଗାଁ ନିକଟରେ ଗତ ଶନିବାର ଦିନ ଏକ ମିନିଟ୍ରୁକ ଦୃର୍ଘଟଣା ଗ୍ରସ୍ତ ହୋଇ ଥିଲା। ରାମ ଭୋଇ (୫୦) ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୨୮ ଜଣ ଆହତ ହୋଇ ବଲାଙ୍ଗୀରରେ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସନ୍ଥ କବି ଭୀମ ଭୋଇ ମେଡିକାଲ କଲେଜକୁ ପଠାଇ ଦିଆଯାଇ ଥିଲା। ନାନାଝର ଗାଁ ର ବିସା ଜାନିଙ୍କ ପୁଅର ବାହାଘର ଚୋରମରା ଗାଁରେ ସ୍ଥିର ହେଇଥିଲା। ବରପକ୍ଷ ଭୋଜିଖାଇ ଏକ ମିନିଟ୍ରକ (ଓଡ଼ି୧୫ଏଚ୧୬୪) ଯୋଗେ ପାଖା ପାଖି ୩୦ ଜଣ ନାନାଝରକୁ ଫେରୁ ଥିଲା ବେଳେ ରିଗଡୁଲ ପାଖରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ରାମ ଭୋଇ ପୋଲ ତଳକୁ ପଡି ପ୍ରାଣ ହରାଇଥିଲେ। ଗାଁ ପାଖର ଲୋକମାନଙ୍କ ସହାୟତାରେ ଆହତମାନଙ୍କୁ ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ି ଯୋଗେ ଟିଟିଲାଗଡ ଅଣାଯାଇ ସେଠୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା। ଆଜି ଆଉ ଜଣେ ବ୍ୟକ୍ତି ଦାନ ମାଝୀ (୪୫) ଙ୍କ ମୃତ୍ୟୁ ଘଟି ଥିବା ବେଳେ ଅନ୍ୟମାନେ ଗୁରୁତର ଅବସ୍ଥାରେ ଥିବା ଜଣାଯାଇଛି।