Odiapua.com

ବିଜେଡିରେ ଯୋଗ ଦେଲେ ଆଉ ଜଣେ ବଜରଙ୍ଗୀ

ଭୁବନେଶ୍ୱର:ସୁବାସ ଚୌହାନଙ୍କ ପରେ ଆଉ ଜଣେ ବଜରଙ୍ଗୀ ବିଜେପି ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।ସେ ହେଲେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଡାଃ: ଚିନ୍ମୟ ମହାପାତ୍ର।ପିପିଲି ବିଧାୟକ ପାର୍ଥି ପ୍ରଦୀପ ମହାରଥୀ ଚିନ୍ମୟଙ୍କୁ ପୁଷ୍ପଗୁଛ ଦେଇ ଦଳକୁ ସ୍ୱାଗତ କରିଛନ୍ତି।ଚିନ୍ମୟଙ୍କ ସମେତ ପିପିଲି ଅଞ୍ଚଳର ଆହୁରି ଅନେକ ଭାଜପା କାର୍ଯ୍ୟକର୍ତ୍ତା ବିଜେଡିରେ ଯୋଗ ଦେଇଛନ୍ତି।ଚିନ୍ମୟଙ୍କୁ ପିପିଲି ବ୍ଲକ ବିଜେଡି ଉପ ସଭାପତି ଦାୟିତ୍ୱ ଦିଆ ଯାଇଛି।ବଜରଙ୍ଗ ଦଳରୁ ଆସିଥିବା ଚିନ୍ମୟ ପୁରୀ ଜିଲ୍ଲା ବିଜେପିର ଯୁବ ମୋର୍ଚ୍ଚା ସଭାପତି ଦାୟିତ୍ୱରେ ଥିଲେ।ସୂଚନାଯୋଗ୍ୟ ଯେ ଦୁଇ ଦିନ ତଳେ ଚିନ୍ମୟ ଏବଂ ଆହୁରି ଅନେକ ବିଜେପି କାର୍ଯ୍ୟକର୍ତ୍ତା ବିଜେପିରୁ ଇସ୍ତଫା ଦେଇଥିଲେ।ଏବଂ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଯେଉଁ ରାଜନୈତିକ ଦଳ ବିଜେପି ବିଧାୟକ ପ୍ରାର୍ଥୀ ଭସ୍ମାସୁରକୁ ମାରିବା ପାଇଁ ବ୍ରହ୍ମା ଅସ୍ତ୍ର ଯୋଗାଇ ଦେବ ତାକୁ ସହଯୋଗ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ।//ଦେବଦତ୍ତ