Odiapua.com

ଦଳିତ ନାବାଳକକୁ ଯୌନ ନିର୍ଯ୍ୟାତନା ମାମଲାରେ ଜଣେ ଗିରଫ

ପୁରୀ, ୧୫/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦଳିତ ନାବାଳକକୁ ଯୌନ ନିର୍ଯ୍ୟାତନା ମାମଲାରେ ପୁରୀ ଟାଉନ ଥାନା ପୋଲିସ ମାର୍କଣ୍ଡେଶ୍ୱର ସାହି ଅଲେଇ ଲେନର ଯାତ୍ରୀ ଗୁମାସ୍ତା ଭାବେ କାମ ମରୁଥିବା ଶୁକାନ୍ତ ମହାନ୍ତିଙ୍କୁ ଗିରଫ କରିଛି। ମଟନ ଖାଇବାକୁ ଦେବାକୁ କହି ଶୁକାନ୍ତ ପିଡ଼ୀତ ନାବାଳକକୁ ତାର ବୁଢ଼ି ମା’ ନିକଟୁ ନିଜ ଘରକୁ ନେଇ ଯୌନ ନିର୍ଯ୍ୟାତନା ଦେଇଥିବା ଥାନା ରେ ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୋଗକୁ ଭିତ୍ତି କରି ଭାରତୀୟ ଦଣ୍ଡବିଧି ଆଇନର ୩୨୪, ୩୭୭, ୫୦୬, ୦୪, ପୋସ୍କୋ ଆକ୍ଟ ଏବଂ ଏସସି ଆଣ୍ଡ ଏଏସଟି ଆକ୍ଟ ବଳରେ ମାମଲା ରୁଜୁ କରି ଗିରଫ କରିଛି।