Odiapua.com

ରନ୍ଧାମଦ ପିଇ ଜଣେ ମୃତ, ଦୁଇ ଗୁରୁତର

ବଲାଙ୍ଗୀର, ୮-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ସଇଁତଲା ଥାନା ଅନ୍ତର୍ଗତ ଧରବ ଗଡ଼ ଗ୍ରାମର ଜଣେ ବ୍ୟକ୍ତିଙ୍କ ରନ୍ଧା ମଦ ପିଇ ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରକାଶ ଯେ ଧରଵଗଡ଼ ଗ୍ରାମର ଧଳାକାନହୁ ସାଣ୍ଡ (୫୦) ନାମକ ଜଣେ ବ୍ୟକ୍ତି ଗତ କାଲିଠାରୁ ଘରୁ ବାହାରି ଆଉ ଫେରି ନ ଥିଲେ। ଆଜି ତାଙ୍କ ମୃତ ଦେହ ଗ୍ରାମର ନାଳରେ ପଡିଥିବା ଦେଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ବଡମାଲ ପୋଲିସ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମୃତ ଧଳାକାନହୁ ଓ ତାଙ୍କ ଦୁଇ ଜଣ ସାଙ୍ଗ ସହ ମିଶି ଗତ କାଲି ଦେଶୀ ରନ୍ଧା ମଦ ପିଇ ଥିବା ବେଳେ ଅନ୍ୟ ଦୁଇ ଜଣ ଘରକୁ ଆସି ଅବସ୍ଥା ଗୁରୁତର ହେବାରୁ ଟିଟିଲାଗଡ଼ ଡାକ୍ତର ଖାନା ଆସି ଚିକିତ୍ସିତ ହୋଇଥିଲେ। ହେଲେ ଧଳାକାନହୁ ଆଉ ଘରକୁ ଫେରି ନ ଥିବା ବେଳେ ଆଜି ତାଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ତେବେ ଏ ଅଞ୍ଚଳରେ ବ୍ୟାପକ ରନ୍ଧାମଦ କାରବାର ଚାଲିଥିବା ଓ ଏହି ଗ୍ରାମରୁ ବିଭିନ୍ନ ଅଞ୍ଚଳକୁ ଚାଲାଣ କରିବା ସତ୍ୱେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆ ନ ନିବା ଅଭିଯୋଗ ହୋଇଆସୁଛି।