Odiapua.com

ସାପ କାମୁଡାରେ ଜଣଙ୍କ ମୃତ୍ୟୁ: ଦୁଇ ମାସରେ ୧୩ ଆକ୍ରାନ୍ତ

ଟିଟିଲାଗଡ଼ ୨୭-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ), ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଲିମପଡା ଗ୍ରାମ ର ପ୍ରତିମା ସାହୁ ନାମ୍ନୀ (୪୮) ଜଣେ ମହିଳା ସାପ କାମୁଡା ରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି। ପ୍ରକାଶ ଯେ ସକାଳ ପ୍ରାୟ ୬ଘଂଟା ସମୟ ରେ ସେ ଘର କାମ କରୁଥିବା ବେଳେ ଏକ କଲେର ସାପ ହଠାତ କାମୁଡି ଦେଇଥିଲା। ସେ ଗୁରୁତର ହୋଇପଡିବାରୁ ତାଙ୍କୁ ତୁରନ୍ତ ପରିବାର ଲୋକେ ଆମ୍ବୁଲାନ୍ସ ନ ମିଳିବାରୁ ଏକ ଗାଡି ଭଡା କରି ଟିଟିଲାଗଡ଼ ପହଞ୍ଚାଇ ଥିଲେ। ତେବେ ଗୁରୁତର ପ୍ରମିଳା ଙ୍କୁ କେତେକ ଜରୁରୀ କାଳୀନ ଇଂଜେକସନ ଆବଶ୍ୟକ ଥିବା ଓ ଡାକ୍ତର ଖାନା ରେ ସେ ସବୁ ନ ଥିବାରୁ ଡାକ୍ତର ବଲାଙ୍ଗୀର ମ୍ୟାଡିକଲ କଲେଜ ଡାକ୍ତର ଖାନା କୁ ସ୍ଥାନାନ୍ତର କରିଛନ୍ତି। ତେବେ ଗତ ଦୁଇ ମାସ ରେ ୧୨ ଜଣ ସାପ କାମୁଡା ରେ ଗୁରୁତର ହୋଇପଡିଥିବା ବେଳେ ଆବଶ୍ୟକୀୟ ଇଂଜେକସନ ପାଇଁ ବଲାଙ୍ଗୀର ଯିବା କୁ ବାଧ୍ୟ ହେଉଛନ୍ତି। ସେହିପରି ଗତ ୨୪ ତାରିଖରେ ସୁରେଶ ମାଝୀ ନାମକ ଜଣେ ବ୍ୟକ୍ତି ଙ୍କ ର ସାପ କାମୁଡ଼ାରେ ଡାକ୍ତର ଖାନା ନ ଆଣି ଦେସିଲ ଗ୍ରାମ ର ଜଣେ ଗୁଣିଆ ଙ୍କ ନିକଟରେ ଝଡା ଫୁଙ୍କା ଯୋଗୁଁ ଶୋଚନୀୟ ମୃତ୍ୟୁ ଘଟିଛି।