Odiapua.com

ନିରାକାରପୁର କଲେଜ ଫିଲ୍ଡ ପାଖ ବରଗଛରେ ଯୁବକଙ୍କ ଝୁଲନ୍ତା ମୃତ ଦେହ:ହତ୍ୟା ନାଁ ଆତ୍ମହତ୍ୟା,ନେଇ ଆଲୋଚନା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କେବିଡିଏଭି କଲେଜ ପଡ଼ିଆ ପାଖ ବରଗଛ ଡାଳରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି।ଯୁବକ ଜଣଙ୍କ ନନପଡ଼ା ସାହିର କାଳିଆ ବଳିୟାରସିଂହଙ୍କ ପୁଅ ଚିତ୍ତରଞ୍ଜନ ବଳିୟାର ସିଂହ ବୋଲି ଜଣାପଡ଼ିଛି।ତେବେ ଚିତ୍ତ ରଞ୍ଜନ ଏକ ରଶୀରେ ବରଗଛ ଡାଳଟିରେ ଝୁଲିଥିବା ବେଳେ ତାଙ୍କ ଆଣ୍ଠୁ ତଳେ ଲାଗିଛି।ତେଣୁ ଏହା ହତ୍ୟା ନାଁ ଆତ୍ମହତ୍ୟା ନେଇ ସଂପୃକ୍ତ ଅଞ୍ଚଳରେ ଆଲୋଚନା ହେଉଛି।ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ପ୍ରକ୍ରିୟା କରୁଛି।/ଦେବଦତ୍ତ