Odiapua.com

ସୁପ୍ରୀମ କୋର୍ଟର ଆଦେଶ ପରେ ଏମ୍ସରେ ଭର୍ତ୍ତି ହେଲେ ମାକପା ନେତା ୟୁସୂଫ ତାରିଗାମୀ

ନୂଆ ଦିଲ୍ଲୀ ୯-୯ (ଓଡ଼ିଆ ପୁଅ) ଉଚ୍ଚତମ ନ୍ୟାୟାଳୟର ଆଦେଶ ପରେ ସିପିଆଇଏମ (ମାକପା) ନେତା ଏମ. ୟୁସୁଫ ତାରିଗାମୀଙ୍କୁ ସୋମବାରଦିନ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଏଠାକୁ ଆଣିବା ସମୟରେ ଜଣେ ଡାକ୍ତର, ଜଣେ ସମ୍ପର୍କୀୟ ଏବଂ ଜଣେ ପୁଲିସ ଅଧିକାରୀ ମଧ୍ୟ ତାଙ୍କ ସାଥିରେ ଥିଲେ। ଏଠାରେ ପହଁଚିବାପରେ ତାଙ୍କୁ ତୁରନ୍ତ ଏମ୍ସ ରେ ଭର୍ତ୍ତି କରାଯାଇଥିଲା।

ଉଚ୍ଚତମ ନ୍ୟାୟାଳୟ ଗୁରୁବାରଦିନ ତାରିଗାମୀଙ୍କୁ ଅତିଶୀଘ୍ର ଶ୍ରୀନଗରରୁ ଦିଲ୍ଲୀର ଅଖିଲ ଭାରତୀୟ ଆଯୁର୍ଵିଜ୍ଞାନ ସଂସ୍ଥାନ (ଏମ୍ସ) ରେ ଭର୍ତି କରାଇବା ପାଇଁ ଆଦେଶ ଦେଇଥିଲେ। ଜାମ୍ମୁ କାଶ୍ମୀରକୁ ବିଶେଷ ମାନ୍ୟତା ଦେଉଥିବା ଅନୁଚ୍ଛେଦ ୩୭୦ ର ଅଧିକତମ ପ୍ରାବଧାନ କେନ୍ଦ୍ର ସରକାର ଦ୍ଵାରା ପାଞ୍ଚ ଅଗଷ୍ଟରେ ହଟାଯିବା ପରେ ହିଁ ତାରିଗାମୀ ଶ୍ରୀନଗରରେ ନଜରବନ୍ଦୀ ଥିଲେ।