Odiapua.com

୨୫ରେ ନୂତନ କୃଷି ବିଲ୍ ଉପରେ ଏକ ଓ୍ବେବିନାର ଆଲୋଚନା

ଭୁବନେଶ୍ୱର: ସଂସଦରେ ଐତିହାସିକ କୃଷି ବିଲ୍ ପାରିତ ହୋଇଯାଇଛି। କିନ୍ତୁ ଏହାକୁ ନେଇ ମଧ୍ଯ ଅନେକଙ୍କ ମଧ୍ଯରେ ଦ୍ବନ୍ଦ ରହିଥିବା ବେଳେ ବିରୋଧୀ ଏହାକୁ ନେଇ ହୋହଲ୍ଲା ଜାରି ରଖିଛନ୍ତି। ତେବେ ଏହି ସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ଇ- ୫ ବିଜନେସ୍ ସଲ୍ଯୁସନ୍ସ ପକ୍ଷରୁ “ନୂତନ କୃଷି ବିଲ୍ ଏକ ଆଲୋଚନା” ଓ୍ବେବ ସଂଗୋଷ୍ଠୀର ଆୟୋଜନ କରାଯାଉଅଛି। ଏଥିରେ ଭାରତୀୟ କିଷାନ ସଂଘର ରାଷ୍ଟ୍ରୀୟ ସମ୍ପାଦକ ମୋହିନୀ ମୋହନ ମିଶ୍ର ମୁଖ୍ଯ ବକ୍ତା ଭାବେ ଯୋଗ ଦେବେ। ରାଜ୍ୟର ବିଭିନ୍ନ ଜିଲ୍ଲାର ବୁଦ୍ଧିଜୀବୀ, କୃଷି ବିଶେଷଜ୍ଞ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏଥିରେ ଭାଗ ନେଇ ସ୍ବ- ଚିନ୍ତିତ ମତାମତ ପ୍ରଶ୍ନୋତ୍ତର କରି ଆଲୋଚନା ଚକ୍ରରେ ଆଇଡି ୮୫୩ ୯୨୯୯ ୪୨୩୯ ଏବଂ ପାସଓ୍ବାର୍ଡ ୧୨୧୨୧୨ରେ ଯୋଡ଼ି ହୋଇ ଏହାକୁ ସଫଳ କରିବା ପାଇଁ ସଂସ୍ଥାର ଟ୍ରଷ୍ଟି ସୁଜାତା ପାଢ଼ୀ ଅନୁରୋଧ କରିଛନ୍ତି। ଜୁମ୍ ଆପରେ ଏହି ଓ୍ବେବିନାର ୨୫ ତାରିଖରେ ଅନୁଷ୍ଠିତ ହେବ। /-@DevDr