Odiapua.com

ଓଡ଼ିଶା:କୋଣାର୍କରେ ଚାଲୁଛି ଅନଲାଇନ ସେକ୍ସ କାରବାର!

●ଅନଲାଇନରେ ହେଉଛି ବୁକିଂ
●ଦିଲ୍ଲୀ,ମୁମ୍ବାଇକୁ ବି ଲମ୍ବିଛି ଚେର
●କଷ୍ଟମରଙ୍କ ମଧ୍ୟରେ ପୁଲିସ,ପ୍ରଶାସନ ଅଧିକାରୀ
●ଯୁବତୀଙ୍କୁ ଦିଆଯାଉଛି ନିଶା ଏବଂ ସେକ୍ସ ଟାବଲେଟ
ଭୁବନେଶ୍ୱର;୧୮;ଅକ୍ଟୋବର:ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନୀ ସ୍ଥଳ କୋଣାର୍କରେ ଚାଲୁଛି ଅନଲାଇନ ସେକ୍ସ କାରବାର!ତାହା ପୁଣି ପୁଲିସ ହେପାଜତରେ।ଖୋଦ କୋଣାର୍କରେ ୩୦/୪୦ ଯୁବତୀଙ୍କୁ ରଖାଯାଇ ଅନଲାଇନ ବୁକିଂ ମାଧ୍ୟମରେ ଚାଲିଛି ଦେହ ବେପାର।୨ଟାରୁ ରାତି ୧୧ଟା ଭିତରେ ଯୁବତୀମାନଙ୍କୁ ବିଭିର୍ଣ୍ଣ ସ୍ଥାନକୁ ପଠାଯାଉଛି।କୋଣାର୍କ ସମେତ ଯୁବତୀମାନଙ୍କୁ ପୁରୀ,ଭୁବନେଶ୍ୱର,ଦିଲ୍ଲୀ,ମୁମ୍ବାଇ ମଧ୍ୟ ପଠାଯାଉଛି।ବଙ୍ଗୀୟ ଯୁବତୀଙ୍କ ସମେତ ଓଡ଼ିଶାର ବିଭିର୍ଣ୍ଣ ସ୍ଥାନରୁ ଯୁବତୀଙ୍କୁ ଅଣାଯାଇ ବେପାର କରାଯାଉଛି।କେଉଁଠି ଭଲ ପାଇବା ଜାଲରେ ଫସାଇ କିମ୍ଵା କିଡନାପ କରାଯାଇ ଯୁବତୀ ମାନଙ୍କୁ ଏହି ବେପାରରେ ସାମିଲ କରାଯାଉଛି।ଧନ୍ଦା କରିବା ପାଇଁ ଯୁବତୀ ମାନଙ୍କୁ ନିଶାର ଆଡିକସନ କରାଇ ଦିଆଯାଉଛି।ଅନେକ ବହୁବଳୀଙ୍କ ସମେତ ପୁଲିସ,ପ୍ରଶାସନିକ ଅଧିକାରୀ ମଧ୍ୟ ଏହାର ଗ୍ରାହକ ଅଛନ୍ତି।ପୁଲିସ ଜାଣତରେ ହିଁ ଏସବୁ ଚାଲିଛି।ପୁଲିସ ବଟି ମଧ୍ୟ ନେଉଛି।ପୁଲିସ ଚଢ଼ାଉ ପୂର୍ବରୁ ପୁଲିସ ହିଁ ଖବର ଦେଇ ଦେଉଛି।ଏପରି ଅଭିଯୋଗ ଆଣିଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା।କୋଣାର୍କରେ ଜଣେ ବଙ୍ଗୀୟ ଯୁବତୀ ସେକ୍ସ ରାକେଟରୁ ଖସି ଆସିବା ପରେ ସଂପୃକ୍ତ ଯୁବତୀର ତଥ୍ୟକୁ ଭିତି କରି ଏପରି ଜଘନ୍ୟ ଅଭିଯୋଗ ଆଣିଛନ୍ତି ପ୍ରଭାତୀ ପରିଡ଼ା।

କୋଣାର୍କରେ ସେକ୍ସ ରାକେଟରେ ଫସି ୧୦ ହିନ ହେଲା ଦଲାଲଙ୍କ କବଜାରେ ରହିଥିବା ଜଣେ ବଙ୍ଗୀୟ ଯୁବତୀ ଖସି ଆସିଥିଲେ।ଛାତ ଉପରେ ଯୁବତୀ ଜଣଙ୍କ ଚିତ୍କାର କରୁଥିବା ବେଳେ ତାଙ୍କୁ ପୁଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିଲେ।ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ଚାକିରୀ କରାଇ ଦେବା ନାମରେ ଆଣି ଜୋର ଜବରରଦସ୍ତ ଦେହ କାରବାରରେ ଲଗା ଯାଇଥିଲା।୧୦ ଦିନ ହେଲା ତାଙ୍କୁ ଗୋଟିଏ ଲଜରେ ରଖାଯାଇ ସେକ୍ସ ବଟିକା ଦିଆଯାଇ ଗଣଦୁଷ୍କର୍ମ କରାଯାଉଥିଲା।ଦିନକୁ ୧୦ ଜଣ ଲେଖାଏଁ ତାଙ୍କୁ ବଳାତ୍କାର କରୁଥିଲେ।ତାଙ୍କୁ ପାକିସ୍ଥାନ ପଠାଇବା ପାଇଁ ଯୋଜନା କରାଯାଇଥିଲା।ଏଥିରେ କୋଣାର୍କ ଅଞ୍ଚଳର କିଛି ଦଲାଲଙ୍କ ମଧ୍ୟରେ ମହିଳା ଦଲାଲ ମଧ୍ୟ ଅଛନ୍ତି।/ଦେବଦତ୍ତ