Odiapua.com

ମଦ ପାଇଁ ଟଙ୍କା ନ ଦେବାରୁ ମା’ କୁ ଛୁରୀ ଭୂଷି ହତ୍ୟାକଲା ଯୁବକ

ନୂଆ ଦିଲ୍ଲୀ ୨୨-୨ (ଓଡ଼ିଆ ପୁଅ) : ନିଶା ମଣିଷକୁ ଏବେ ଅମଣିଷ ବନେଇ ଦେଇଛି। ଏପରିରି ନିଶାଗସ୍ତ ଯୁବକ ଚିହ୍ନିପାରିଲାନି ଦଶମାସ ଦଶ ଦିନ ପେଟରେ ଧରି ଜନ୍ମ ଦେଇଥିବା ମା’କୁ। ମଦ ପିଇବାକୁ ମାଗିଲା ଟଙ୍କା। ମା’ ମଦ କିଣିବା ପାଇଁ ଟଙ୍କା ଦେବାକୁ ମନା କରିବାକୁ ମା’କୁ ଛୁରୀ ଭୂଷି ହତ୍ୟା କଲା ୨୨ ବର୍ଷୀୟ ଯୁବକ। ଏହିପରି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଜାତୀୟ ରାଜଧାନୀ ଦିଲ୍ଲୀର ଖଜୁରୀଖାସ୍ ଅଞ୍ଚଳରେ।

ଏହି ଅଭିଯୋଗରେ ପୋଲିସ ୨୨ ବର୍ଷ ବୟସ୍କ ବ୍ୟକ୍ତିକୁ ଦିଲ୍ଲୀ ପୋଲିସ୍‌ ଗିରଫ କରି ଅଧିକ ତଦନ୍ତ ଚଳାଇଛି। ଏବଂ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।