Odiapua.com

“ଓଡ଼ିଶା ମୋ ପରିବାର” ପକ୍ଷରୁ ରକ୍ତଦାନ ଶିବିର ..

ଖୋର୍ଦ୍ଧା: “ଓଡ଼ିଶା ମୋ ପରିବାର” ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡିଏଭି କଲେଜ ପରିସରରେ ଜୋନ୍ ସ୍ତରୀୟ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ପ୍ରଭାତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ତଥା ଖୋର୍ଦ୍ଧା ଜିଲ୍ଲା ଓଡ଼ିଶା ମୋ ପରିବାର ସଂଯୋଜକ ଦିଲ୍ଲୀପ ହୋତା ଏବଂ ସହ ସଂଯୋଜକ ଶ୍ରୀକୁମାର ଖୁଣ୍ଟିଆଙ୍କ ସଂଯୋଜନାରେ “ଓଡ଼ିଶା ମୋ ପରିବାର” ଆନୁକୂଲ୍ୟରେ ଏହି ଜୋନ୍ ସ୍ତରୀୟ “ଜୀବନ ବିନ୍ଦୁ” ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା କୁହାଯାଇଛି। ଏହି ଶିବିରରେ ଖୋର୍ଦ୍ଧା ବିଧାୟକ ଖୋର୍ଦ୍ଧା ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଟାଙ୍ଗି ବ୍ଲକ ଅଧ୍ୟକ୍ଷ ବିଜୟ ଜେନା, ଟାଙ୍ଗି ବ୍ଲକ ଉପାଧ୍ୟକ୍ଷ ତୃପ୍ତି ଆଚାର୍ଯ୍ୟ, ଯୁବ ବିଜେଡି ରାଜ୍ୟ ସମ୍ପାଦକ ରୁଦ୍ରନାଥ ଦତ୍ତ, ଯୁବ ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜେଶ ପରିଡ଼ା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ନିରାକାରପୁର ସରପଞ୍ଚ ହୃଷିକେଶ ରାଉତରାୟ, ସାନରାଉତପଡ଼ା ପଞ୍ଚାୟତ ବିଜେଡି ସଭାପତି କିଶୋର ରାଉତରାୟ, ଡିଆ ପଞ୍ଚାୟତ ବିଜେଡି ସଭାପତି ପ୍ରଶାନ୍ତ ବେହେରାଙ୍କ ସମେତ ପ୍ରଫୁଲ୍ଲ ହରିଚନ୍ଦନ, ରଞ୍ଜିତ ଜଗଦ୍ଦେବ ପ୍ରମୂଖ ଶିବିରକୁ ପରିଚାଳନା କରିଥିଲେ।
@Dr