Odiapua.com

ଗଞ୍ଜାମ ଜିଲ୍ଲାରେ କୋଭିଡ୍-୧୯ ପରିଚାଳନାପାଇଁ ୩ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତ କଲେ ଓଡ଼ିଶା ସରକାର

ଭୁବନେଶ୍ୱର ୦୮ ମଇ, ୨୦୨୦ (ଓଡ଼ିଆ ପୁଅ) ରାଜ୍ୟ ସରକାର ଆଜି ୩ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ କୋଭିଡ୍-୧୯ ପରିଚାଳନାପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ଏକ ମାସ ପାଇଁ ନିୟୋଜିତ କରିଛନ୍ତି। ସେମାନେ ହେଲେ ଓଡ଼ିଶା ଖଣି ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି. ଅନ୍ୱେଷା ରେଡ୍ଡୀ, ଗ୍ରୀଡ଼କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପାଟିଲ୍ ଆଶିଷ ଈଶ୍ୱର ଏବଂ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ହେମକାନ୍ତ ସାଏଙ୍କୁ ଏହି ଦାୟିତ୍ଵ ପ୍ରଦାନ କରାଯାଇଛି।