Odiapua.com

ଗାର୍ଡ ଅଫ ଅନର ବ୍ୟବସ୍ଥାର ଉଚ୍ଛେଦ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୪-୮ (ଓଡ଼ିଆ ପୁଅ) ରାଜ୍ୟରେ ‘ଗାର୍ଡ ଅଫ ଅନର ହାଉସ ଗାର୍ଡ ବ୍ୟବସ୍ଥା ଆଜିଠାରୁ ଉଚ୍ଛେଦ କରାଯିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି କେବଳ ସାଧାରଣତନ୍ତ୍ର ଦିବସ, ସ୍ବାଧିନତା ଦିବସ ଏବଂ ଉତ୍କଳ ଦିବସ ପାଳନ ଅବସରରେ ନିମନ୍ତ୍ରୀତ ମୁଖ୍ୟ ଅତିଥିଙ୍କୁ ‘ଗାର୍ଡ ଅଫ ଅନର’ ଦିଆଯାଇପାରିବ। ତେବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମକୋର୍ଟ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ କ୍ଷେତ୍ରରେ ଏହା ପୂର୍ବଭଳି କାର୍ଯ୍ୟକାରୀ ହେବ।

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ପଦାଧିକାରୀମାନଙ୍କୁ ଦିଆଯାଉଥିବା ‘ଗାର୍ଡ ଅଫ ଅନର’ ହାଉସ ଗାର୍ଡ ଏହି ନିର୍ଦ୍ଦେଶ ଦ୍ୱାରା ଉଚ୍ଛେଦ କରାଗଲା।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ସରକାରୀ ଗାଡ଼ିରୁ ପ୍ରଥମେ ନାଲିବତୀ ହଟାଇ ଏକ ଉଦାହରଣ ସୃଷ୍ଟି କରିଥିଲେ।