Odiapua.com

କର୍କଟ ପୀଡ଼ିତା ମେଧାବୀ ଛାତ୍ରୀଙ୍କୁ ସହାୟତା ଯୋଗାଇଲା ରାଜ୍ୟ ସରକାର

ଭୁବନେଶ୍ୱର ୧୩-୮ (ଓଡ଼ିଆ ପୁଅ) କର୍କଟ ପୀଡ଼ିତା ମେଧାବୀ ଛାତ୍ରୀ ମୋନାଲିସାଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ବିଡ଼ିଓ ମୋନାଲିସାଙ୍କ ଘରକୁ ଯାଇ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ପରେ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାକୁ ଆମ୍ବୁଲାନସ୍ ଯୋଗେ ଭୁବନେଶ୍ୱର ଏମ୍‌ସକୁ ଅଣାଯାଇ ସେଠାରେ ଚିକିତ୍ସା ଆରମ୍ଭ କରାଯାଇଛି। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ତାଙ୍କୁ ରେଡକ୍ରସ ପଣ୍ଡିରୁ ୧୦ ହଜାର ଟଙ୍କା ସହାୟତା ଦିଆଯାଇଛି। ସୂଚନା ଯୋଗ୍ୟ ଯେ, କର୍କଟ ପୀଡ଼ିତା ମୋନାଲିସା ଚଳିତ ବର୍ଷ ବାମ ହାତରେ ପରୀକ୍ଷା ଦେଇ ୮୦% ନମ୍ବର ରଖି ମାଟ୍ରିକ ପରୀକ୍ଷାରେ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।