Odiapua.com

ମୁଖ୍ୟମନ୍ତ୍ରୀଙ୍କର ଘୋଷଣା : ଚିକିତ୍ସା ସମୟରେ ସ୍ୱାସ୍ଥ୍ୟ କର୍ମୀଙ୍କର ମୃତ୍ୟୁ ହେଲେ ମିଳିବ ୫୦ ଲକ୍ଷ ଟଙ୍କା ଏବଂ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯିବ

ଭୁବନେଶ୍ୱର ୨୧-୪ (ଓଡ଼ିଆ ପୁଅ) କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଭିଡିଓ ବାର୍ତ୍ତା। ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ। କରୋନା ଚିକିତ୍ସା ବେଳେ କୋରାେନା ଯୋଦ୍ଧାଙ୍କ ଜୀବନ ଚାଲିଗଲେ ମିଳିବ ୫୦ ଲକ୍ଷ ଟଙ୍କା ଏବଂ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହା ବ୍ୟତୀତ ଯଦି କେହି କୌଣସି ଅନୈତିକ କାର୍ଯ୍ୟରେ ଲିପ୍ତ ରହିବେ ଯାହା କରୋନା ଯୋଦ୍ଧାଙ୍କୁ ଅସମ୍ମାନ କରିବ, ତେବେ ସେମାନଙ୍କ ବିରୋଧରେ କଠୋର ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମ୍ ଚେତାବନୀ ଦେଇଛନ୍ତି।