Odiapua.com

ରାଜ୍ୟରେ ୧୮ବର୍ଷରୁ ଅଧିକଙ୍କୁ ମାଗଣାରେ ମିଳିବ ଟିକା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୫-୪ (ଓଡ଼ିଆ ପୁଅ) ରାଜ୍ୟରେ ସମସ୍ତଙ୍କୁ ମାଗଣା କରୋନା ଟିକାକରଣ। ଏ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ୨୦୦୦କୋଟି ଟଙ୍କା ଖର୍ଚ୍ଚ ହେବ।
ଆଜି ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ରାଜ୍ୟବାସୀଙ୍କୁ ଟିକା ପାଇଁ ଗୋଟିଏ ବି ଟଙ୍କା ଦେବାକୁ ପଡ଼ିବ ନାହିଁ।