Odiapua.com

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଗଞ୍ଜାମ ଜିଲ୍ଲାରେ ୧୦୧୧ କୋଟି ଟଙ୍କା ବ୍ୟୟ ଅଟକଳର ୨୩୧ ଟି ପ୍ରକଳ୍ପର ଉଦଘାଟନ

– ଗଞ୍ଜାମ ଜିଲ୍ଲା ଚାଷୀଙ୍କ ପାଇଁ କାଳିଆ ଯୋଜନା: ଅର୍ଥ ରାଶି ପ୍ରଦାନର ଶୁଭାରମ୍ଭ
ବ୍ରହ୍ମପୁର: ୨୭/୦୧ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଠାରେ ଆଜି ଆୟୋଜିତ “କାଳିଆ- ଚାଷୀ ମହାସମାବେଶ ” କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରି ସମସ୍ତ ପ୍ରକାର ଚାଷୀଙ୍କ ଉଦ୍ଦେଶ୍ୟରେ କାଳିଆ ଯୋଜନା ଅର୍ଥ ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଗଞ୍ଜାମ ଜିଲ୍ଲା ସ୍ତରୀୟ ଏହି ଚାଷୀ ମହାସମାବେଶ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ। ଭାଗ ଚାଷୀ ମାନଙ୍କ ପାଇଁ ଅର୍ଥ ରାଶି ମଞ୍ଜୁର କରିଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରି ସମସ୍ତଙ୍କୁ ଶୁଭେଛା ଜଣାଇଥିଲେ।

ଏହି ଚାଷୀ ମହାସମାବେଶରେ ଜିଲ୍ଲାର ଚାଷୀ ଶ୍ରୀ ମହେଶ୍ୱର ବରାଡ଼, ଶ୍ରୀ ଗଙ୍ଗାଧର ନାହାକ, ଶ୍ରୀମତୀ ସଂଯୁକ୍ତା ବେହେରା, ଶ୍ରୀମତୀ ସତ୍ୟ ବିଷୋଇ କାଳିଆ ଯୋଜନା ଓ ସରକାରଙ୍କ ଯୋଜନା ଦ୍ୱାରା ଉପକୃତ ହୋଇଥିବା କହିଥିଲେ। ଶ୍ରୀ କୁନା ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶରେ ଗଞ୍ଜାମ ଜିଲ୍ଲାର ୨୨ଟି ଯାକ ବ୍ଲକ ଅଞ୍ଚଳରୁ ହଜାର ହଜାର ଚାଷୀ ଯୋଗ ଦେଇଥିଲେ।

ଜିଲ୍ଲାର ମନ୍ତ୍ରୀ, ସାଂସଦ, ବିଧାୟକ , ଚାଷୀନେତା ଓ ସରକାରୀ ଅଧିକାରୀଗଣ ଏଥିରେ ଉପସ୍ଥିତ ଥିଲେ।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧୦୧୧ କୋଟି ଟଙ୍କା ବ୍ୟୟ ଅଟକଳର ୨୩୧ ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ।