Odiapua.com

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଟିମ୍ ଗଠିତ: ୬ ଉପସଭାପତି, ୨ ସାଧାରଣ ସମ୍ପାଦକ, ୬ ସମ୍ପାଦକ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ମୋର୍ଚ୍ଚାର ବିଭିନ୍ନ ବିଭାଗର ସଂଯୋଜକ ମାନଙ୍କ ନାମ ତାଲିକା ଘୋଷଣା କରିଛନ୍ତି। କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ହୃଷିକେଶ ଜେନା, ଶ୍ରୀରଂଜନ ମଙ୍ଗରାଜ, ଚନ୍ଦ୍ରଶେଖର ପଣ୍ଡା, ରାଧାକାନ୍ତ ମହନ୍ତ, ରାମଚନ୍ଦ୍ର ପାତ୍ର ଓ ଦୁର୍ଯ୍ୟୋଧନ ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାମାକ୍ଷା ପ୍ରଧାନ ଓ ଲକ୍ଷ୍ମଣ ବାଗ ଯାଦବ, ରାଜ୍ୟ ସମ୍ପାଦକ ଭାବେ ବିପଦ ଭଞ୍ଜନ ଦାଶ, ଉପାଧ୍ୟାୟ ପାଣିଗ୍ରାହୀ, ରାଜେଶ କୁମାର ସାହୁ, ଭଗବାନ ପଣ୍ଡା, ସତ୍ୟବାଦୀ ଚଇନି, ସନ୍ତୋଷ ପ୍ରଧାନ, କାର୍ଯ୍ୟାଳୟ ସମ୍ପାଦକ ଭାବେ ଅଶୋକ କୁମାର ମହାନ୍ତି ଏବଂ କୋଷାଧ୍ୟକ୍ଷ ଭାବେ ବିଶ୍ୱଜିତ୍ ସ୍ୱାଇଁଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି। କୃଷକ ମୋର୍ଚ୍ଚାର ବିଭିନ୍ନ ବିଭାଗର ରାଜ୍ୟ ସଂଯୋଜକ ଭାବେ ସୁନିଲ ପ୍ରଧାନ, ଜିଷ୍ନୁଜୟ ମତଗଜସିଂହ, କିଶୋର ସୁତାର, ସୁବାଷ ଚନ୍ଦ୍ର ମହାନ୍ତି, କେଳୁ ଜଗଦେବ, ପ୍ରତାପ ନାୟକ, ପ୍ରଦୀପ ସାହୁ, ପ୍ରାଚୁର୍ଯ୍ୟ ହୋତା, ପୂର୍ଣ୍ଣଚନ୍ଦ୍ର ଭୁକ୍ତା, ମଧୁସୁଦନ ସାହୁ, ହିତେଶ ମହାପାତ୍ର, ସରୋଜ ସାହୁ, ଅଜୟ ସ୍ୱାଇଁ, ବିକ୍ରମ କେଶରୀ ରାଉତରାୟ, ଅମରେଶ ମିଶ୍ର ଓ ଲିଙ୍ଗରାଜ ବାରିକଙ୍କୁ ଦାୟୀତ୍ୱ ଦିଆଯାଇଛି।

ସେହିପରି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଦିବ୍ୟ କିଶୋର ଭୋଇ, ବିଜୟ କୁମାର ମୁଦୁଲି, ଶଶୀ ଭୂଷଣ ସାହୁ, ଅରୁଣ ବେହେରା, ଶ୍ରୀକାନ୍ତ ହୋତା, ପଦ୍ମଚରଣ ପଣ୍ଡା, ଅଭୟ ମହାପାତ୍ର, କୁଞ୍ଜବିହାରୀ ଦାସ, ଦେବ ପ୍ରସାଦ ସିଂହ, କେଶବ ବେହେରା, କିଶୋର ହୋତା, ମନୋଜ ଆଚାର୍ଯ୍ୟ, ଭକ୍ତବନ୍ଧୁ ମିଶ୍ର, କୈଳାସ ଚନ୍ଦ୍ର ରଥା, ରାଜୀବ ଲୋଚନ ଷଡ଼ଙ୍ଗୀ, କର୍ମଚାନ୍ଦ ମହାନ୍ତି, ବିକାଶ ଆଚାର୍ଯ୍ୟ, ରଜତ ମାଦଲ, ଦେବାଶିଷ ହୋତା, ସୁମିତ୍ରା ପାଣି, ପ୍ରଶାନ୍ତ କୁମାର ପୃଷ୍ଟି, କୈଳାସ ଚନ୍ଦ୍ର ରାଉତ, ତୁଷାରକାନ୍ତ ଚକ୍ରବତ୍ତୀ, ଗଜେନ୍ଦ୍ର ଚୌଧୁରୀ, ପ୍ରଦୀପ ମହନ୍ତ, ବୈରାଗୀ ଚରଣ ବେହେରା ଏବଂ ସୁରେଶ ପଟେଲ ଏହିପରି ୨୭ ଜଣଙ୍କୁ ମନୋନୀତ କରାଯାଇଛି। ଏହାସହ କୃଷକ ମୋର୍ଚ୍ଚାର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଭାବେ ବରିଷ୍ଠ ନେତା ରଞ୍ଜନ ପଟେଲ, ସଜ୍ଜନ ଶର୍ମା, ମହେଶ୍ୱର ସାହୁ, କୃଷ୍ନ ଜଗଦ୍ଦେବ, ଶିବାଜୀ ମହାନ୍ତି, ଭାଗିରଥୀ ପ୍ରଧାନ, ସୁରଥ ବିଶ୍ୱାଳ, ସୂର୍ଯ୍ୟ ମହାପାତ୍ର, ସୂର୍ଯ୍ୟନାରାୟଣ ଦାଶ, ସମୀର ପାତ୍ର ଓ ସନ୍ତୋଷ ମିଶ୍ରଙ୍କୁ ମନୋନୀତ କରାଯାଇଛି। ଆଗାମୀ ଦିନରେ ଓଡ଼ିଶାରେ କୃଷକ ମାନଙ୍କ ସମସ୍ୟାକୁ ନେଇ ସାରା ରାଜ୍ୟରେ ଏକ ଦୁର୍ବାର କୃଷକ ଆନ୍ଦୋଳନ କରାଯିବ। ଆସନ୍ତା କାଲି କୃଷକ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀ ମାନେ ପୁରୀ ଯାଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ରାଜ୍ୟରେ ଶୋଷିତ ହେଉଥିବା କୃଷକ ମାନଙ୍କ ସମସ୍ୟାକୁ ନେଇ ସାରା ରାଜ୍ୟରେ ଏକ ଜନ ଆନ୍ଦୋଳନ କରିବାର ସଂକଳ୍ପ ନେବେ ବୋଲି ପ୍ରଦୀପ ପୁରୋହିତ ପ୍ରକାଶ କରିଛନ୍ତି।
-@Dr