Odiapua.com

ଖୁବ୍ ଶୀଘ୍ର ହେବ ରାଜ୍ୟ ବିଜେପିର ନବକଳେବର ..!

ଭୁବନେଶ୍ୱର: ଯାହା ସୂଚନା ମିଳୁଛି ଖୁବ୍ ଶୀଘ୍ର ରାଜ୍ୟ ବିଜେପିର ହେବ ନବକଳେବର! ମନମୋହନ ସାମଲ ରାଜ୍ୟ ସଭାପତି ହେବା ପରେ ସେ ତାଙ୍କ ନୂତନ ଟିମ୍ ଗଠନ କରିବେ। ଏମିତିରେ ସାଧାରଣ ନିର୍ବାଚନ ଆଉ ଅଳ୍ପ ଦିନ ବାକି ରହିଥିବା କାରଣରୁ ମନମୋହନ ଆଉ ଟିମ୍ ଚେଞ୍ଜ କରିବେନି ବୋଲି ଦଳ ଭିତରେ ଏକ ଆଲୋଚନା ଚାଲିଥିଲା। କିନ୍ତୁ, ସଭାପତି ଭାବରେ ଘୋଷଣା ହେବା ପରେ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମନମୋହନ ଯେଉଁ ଅଭିଭାଷଣ ରଖିଲେ ସେଥିରୁ ଟିମ୍ ଭାଙ୍ଗିବା ଏବଂ ମନମୋହନ ତାଙ୍କ ନୂଆ ଟିମ୍ ଗଠନ କରିବା ନେଇ ସ୍ପଷ୍ଟ ସୂଚନା ମିଳୁଛି। ନବ ନିଯୁକ୍ତ ସଭାପତି ମନମୋହନ ସାମଲଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ମନମୋହନ ବିଦାୟୀ ସଭାପତି ସମୀର ମହାନ୍ତିଙ୍କ ସମେତ ତାଙ୍କ ଟିମକୁ ଏକ ପ୍ରକାର ବିଦାୟୀ ସମ୍ବର୍ଦ୍ଧନା ଦେଇ ଦେଇଥିଲେ।

ଏବେ ଭଦ୍ରକରେ ଆୟୋଜିତ ରାମ ନବମୀ ମହାଯଜ୍ଞ କାର୍ଯ୍ୟକ୍ରମ ପାଇଁ ହୁଏତ ମନମୋହନ ହୁଏତ ସେଠାରେ ବ୍ୟସ୍ତ ରହିଥିଲେ। ଏବେ କିନ୍ତୁ ଆରମ୍ଭ ହୋଇଯିବ ଆକ୍ସନ୍ ଏବଂ ଖୁବ୍ ଶୀଘ୍ର ରାଜ୍ୟ ବିଜେପିର ହେବ ନବକଳେବର ବୋଲି ସୂଚନା ମିଳୁଛି। ରାଜ୍ୟ ବିଜେପିରେ ରହିଥିବା ଭୟଙ୍କର ଗୋଷ୍ଠୀ ବିବାଦ, ପରିବାରବାଦ, ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ହାତରେ ଥିବା ସବୁ ପଦପଦବୀ ଏବଂ କ୍ଷମତାକୁ ହଟାଇ, ଅସନ୍ତୁଷ୍ଟଙ୍କୁ ବୁଝେଇ, ମନେଇ ଖୋସାମତକାରୀ ମାନଙ୍କୁ ପ୍ରଶୟ ନଦେଇ, ନୂଆ- ପୁରୁଣା ସମସ୍ତଙ୍କୁ ସାଙ୍ଗରେ ଧରି ମନମୋହନ ଦଳକୁ ଆଗକୁ ନେବେ ବୋଲି ଆଶା କରାଯାଉଛି।

ଏଥର ଲଢ଼େଇ ହେବ, ଜୋରଦାର୍ ହେବ ଏବଂ ପରିଣତି ନିର୍ଣ୍ଣାୟକ ତଥା ଶୁଭଙ୍କର ହେବ ..


-/Dev@Drath