Odiapua.com

ଓଡ଼ିଶା ଦିବସ ପାଳିତ

ନୟାଗଡ଼, ୧ା୪:((ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଖେଳ ପଡ଼ିଆରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ ଓଡ଼ିଶା ଦିବସର ତାତ୍ପର୍ଯ୍ୟ, ଓଡ଼ିଶା ଗଠନରେ ଓ ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ଭାଷା କରିବାରେ ଅବଦାନ ଥିବା ମହାମନୀଷିମାନଙ୍କ ଗୌରବ ଗାଥାକୁ ମନେ ପକାଇ ଓଡ଼ିଆ ଜାତି କେବେ ଭୁଲି ପାରିବ ନାହିଁ ବୋଲି କହିଥିଲେ। ସେ କହିଥିଲେଯେ ଓଡ଼ିଆ ଜାତି ଏକ ବଳିଷ୍ଠ ଜାତି ଭାଷା ବି ବଢିଆ। ଆମର ଓଡ଼ିଆ ଭାଷାକୁ ଶ୍ରେଷ୍ଠତ୍ୱ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ସର୍ବାଗ୍ରେ ପ୍ରାଧାନ୍ୟ ଦେଇଛନ୍ତି। ତେଣୁ ଓଡ଼ିଆ ଭାଷାକୁ ଆମେ ଗୁରତ୍ୱ ଦେଲେ ଓଡ଼ିଆ ଦିବସ ପାଳନ କରିବା ଆମର ସାର୍ଥକ ହେବ ବୋଲି କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଡ.ଅରୁଣ କୁମାର ସାହୁ, ବିଧାୟକ ରବିନାରାୟଣ ମହାପାତ୍ର, ବିଧାୟକ ଅନୁଭବ ପଟ୍ଟନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ବୈଜୟନ୍ତ୍ୀମାଳା ମହାନ୍ତି, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଜିଲ୍ଳା ୍ବନ ବିଭାଗ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଳା ସୂଚନା ଅଧିକାରୀ ଡ.ପ୍ରମୋଦ କୁମାର ନାୟକ ସଭାରେ ସଂଯୋଜନା କରିଥିଲେ।