Odiapua.com

୩୮ ଲକ୍ଷରୁ ଉର୍ଦ୍ଧ୍ୱ ପାଠକଙ୍କୁ ଧନ୍ୟବାଦ : ‘ଓଡ଼ିଆ ପୁଅ’ ପେଜ୍ ଭିଉଜ୍ ୫ ମିଲିୟନ୍ ଟପିଲା

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଥମ ଓଡ଼ିଆ ମୋବାଇଲ୍ ଖବର କାଗଜ/ନିୟୁଜ୍ ପୋର୍ଟାଲ୍ “ଓଡ଼ିଆ ପୁଅ”ର ପେଜ୍ ଭିୟୁର୍ସଙ୍କ ସଂଖ୍ୟା ୫ ମିଲିୟନ୍ ଟପିଛି।ଗୁଗଲ୍ ଆନାଲିଟିକ୍ସ ରିପୋର୍ଟ୍ ଅନୁଯାୟୀ “ଓଡ଼ିଆ ପୁଅ”ର ପେଜ୍ ଭିୟୁର୍ସଙ୍କ ସଂଖ୍ୟା ପାଖାପାଖି ୫ ମିଲିୟନ୍ ଏବଂ ୟୁନିକ୍ ୟୁଜର୍ସଙ୍କ ସଂଖ୍ୟା ୩୮ ଲକ୍ଷରୁ ଉର୍ଦ୍ଧ୍ୱ ପହଁଚିଛି।ଗୁଗୁଲ୍ ଆନାଲିଟକ୍ସ ରିପୋର୍ଟ ଅନୁଯାୟୀ, ୦୧, ଜାନୁୟାରୀ ୨୦୧୮ ରୁ ୩୧, ଅଗଷ୍ଟ, ୨୦୧୯ ମଧ୍ୟରେ “ଓଡ଼ିଆ ପୁଅ”ର ୟୁନିକ୍ ୟୁଜର୍ସ ସଂଖ୍ୟା (ନିୟମିତ ପାଠକ)ଙ୍କ ସଂଖ୍ୟା ଥିଲା ୩୮ ଲକ୍ଷ ୬୩ ହଜାର ୯୩୭।କେବଳ ଗତ ଅଗଷ୍ଟ ମାସରେ ପେଜ୍ ଭିଉଜ୍ ୫୦ ଲକ୍ଷ ୭୨ ହଜାର ୪୬୩ ଥିବା ବେଳେ ଆକ୍ଟିଭ୍ ୟୁନିକ୍ ନିୟମିତ ପାଠକଙ୍କ ସଂଖ୍ୟା ଥିଲା ୪ ଲକ୍ଷ ୮୫ ହଜାର ୭୩୦।

“ଓଡ଼ିଆ ପୁଅ” ଉପରେ ଆସ୍ଥା ରଖିଥିବା ତାର ପ୍ରାୟ ୩୮ ଲକ୍ଷରୁ ଉର୍ଦ୍ଧ୍ୱ ପାଠକ (ୟୁନିକ୍ ୟୁଜର୍ସ)ଙ୍କୁ “ଓଡ଼ିଆ ପୁଅ” ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଉଛି।କୌଣସି ଲୋଭ, ଭୟ କିମ୍ବା ପକ୍ଷପାତିତା ଠାରୁ ଉର୍ଦ୍ଧ୍ବରେ ରହି ନିରପେକ୍ଷ ତଥା ନିର୍ଭିକ ଖବର ପ୍ରକାଶନକୁ “ଓଡ଼ିଆ ପୁଅ” ପାଥେୟ କରି ଆସିଛି।ପ୍ରବାସୀ ଓଡ଼ିଆ ତଥା ଜଣେ ସାଧାରଣ ଓଡ଼ିଆର ସ୍ୱର ହେବାକୁ ଚେଷ୍ଟା କରି ଆସୁଛି “ଓଡ଼ିଆ ପୁଅ”।ଆଗାମୀ ଦିନରେ “ଓଡ଼ିଆ ପୁଅ”କୁ ଅଧିକ ସରସ, ସୁନ୍ଦର, ରୁଚିକର ଏବଂ ସର୍ବଷ୍ପର୍ଶୀ କରିବାକୁ ପ୍ରୟାସ ଜାରି ରହିଛି।ଓଡ଼ିଆ ଭାଷାରେ ସୃଜନ ମୂଳକ ଲେଖା, ପ୍ରବନ୍ଧ, ଗଳ୍ପ, କବିତା ଆଦି “ଓଡ଼ିଆ ପୁଅ”ରେ ପ୍ରକାଶନ ପାଇଁ ଆହ୍ୱାନ କରାଯାଉଛି।ସୁନ୍ଦର ଲେଖା ଗୁଡ଼ିକର ପ୍ରକାଶନ ପାଇଁ “ଓଡ଼ିଆ ପୁଅ” ପକ୍ଷରୁ “ମୁଁ ଓଡ଼ିଆ” ନାମରେ ଏକ ସ୍ୱତନ୍ତ୍ର ବିଭାଗ ଆରମ୍ଭ ହେବାକୁ ଯାଉଥିବା “ଓଡ଼ିଆ ପୁଅ” ଏଡିଟର୍ ଇନ୍ ଚିଫ୍ ଶ୍ୟାମ ସୁନ୍ଦର ସାହୁ ଜଣାଇଛନ୍ତି। //ଦେବଦତ୍ତ ରଥ