Odiapua.com

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ

ଯାଜପୁର ୨୫ା୧୦ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାରେ ବେରୋଜଗାର ଥିବା ପିଲ୍ଲାମାନେ କାମ-ଧନ୍ଧା କରିବାକୁ ପଡୋଶୀ ରାଜ୍ୟମାନଙ୍କୁ କାର୍ଯ୍ୟ କରିବାକୁ ଯାଇ ନିଜର ଜୀବନ ହରେଇବା ଆଜି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏପରି ଏକ ଘଟଣା ନିଜର ପରିବାରକୁ ପ୍ରତିପୋଷଣ କରିବାକୁ ସୁଦୁର ତେଲେଙ୍ଗାନା ରାଜ୍ୟରେ ଏକ ଅନ୍ ଲାଇନ୍ ଫୁଡ୍ ସପ୍ଲାଇ କାର୍ଯ୍ୟରେ ନିୟୋଜିତ ଥିବା ଯାଜପୁର ଜିଲ୍ଲା କୋରାଇ ଥାନା ତାରାକୋର୍ଟ ଗ୍ରାମର ଦେବବ୍ରତ ସୁତାର (୨୬)ଙ୍କ ସିକନ୍ଦରାବାଦ ମାଧପୁର ଥାନା ଅଞ୍ଚଳରେ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଯାଜପୁର ଜିଲ୍ଲା କୋରାଇ ଥାନା ତାରାକୋର୍ଟ ଗ୍ରାମପଞ୍ଚାୟତ ତାରାକୋର୍ଟ ଗ୍ରାମର ପୂର୍ବତନ ଶିକ୍ଷକ ବଂଶୀଧର ସୁତାରଙ୍କ ପୁଅ ଦେବବ୍ରତ ସୁତାର (୨୬)। ଗତ ୧୫ ଦିନ ତଳେ ତେଲେଙ୍ଗାନା ରାଜ୍ୟର ରାଙ୍ଗାରେଡି ଜିଲ୍ଲା ହାଇଟେକ୍‌ ସହର ମାଧପୁର ଥାନା ଅଞ୍ଚଳର ଜମାଟୋ ଅନ୍ ଲାଇନ୍ ଫୁଡ୍ ସପ୍ଲାଇ କାର୍ଯ୍ୟରେ ଡେଲିଭରି ମ୍ୟାନ୍ ଭାବେ ଦେବେନ୍ଦ୍ରକୁ ଜମାଟୋ କମ୍ପାନୀ ଗତ କିଛିବର୍ଷ ହେଲା ନିଯୁକ୍ତି ଦେଇଥିଲା। ଦେବେନ୍ଦ୍ର କରୋନା ସଂକ୍ରମଣ ସମୟରେ ନିଜର ବାସସ୍ଥାନ ଯାଜପୁରକୁ ପଳାଇ ଆସିଥିଲେ। ଘରପାଖରେ କୌଣଣି କାମ ଧନ୍ଧା ନମିଳିବାରୁ ପୁଣି ୧୫ ଦିନ ତଳେ ତାର ପୂର୍ବରୁ କାର୍ଯ୍ୟ କରୁଥିବା ସ୍ଥାନ ସିକେନ୍ଦରାବାଦର ହାଇଟେକ୍ ସହରକୁ ପଳାଇଥିଲେ। ଗତରାତ୍ରିରେ ଦେବେନ୍ଦ୍ର ନିଜ କାର୍ଯ୍ୟରେ ମଟର ସାଇକେଲ ଟି – ୫୦୭/ଜିକେ-୩୨୪୫ ରେ ଯାଉଥିବା ବେଳେ ଏକ ଅଜଣା ଗାଡି ଧକାରେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟରେ ଦେବେନ୍ଦଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଛାତି ଓ ପିଠିରେ ଜୋରରେ ଆଘାତ ଲାଗିଥିବାରୁ ମେଡିକାଲର ଡାକ୍ତର ମାନେ ଦେବେନ୍ଦ୍ରକୁ ବଞ୍ଚାଇବାରେ ବିଫଳ ହୋଇଥିବା ମେଡିକାଲ ସୁତ୍ରରୁ ସୂଚନା ମିଳିଛି। ମାଧପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବବ୍ୟବଚ୍ଛେଦ କରି କମ୍ପାନୀ ପକ୍ଷରୁ ଏକ ବେସରକାରୀ ଆମ୍ବୁଲାନ୍ସରେ ଦେବେନ୍ଦ୍ରର ମୃତ ଶରୀରକୁ ତାଙ୍କର ଯାଜପୁରଜିଲ୍ଲା ତାରାକୋଟକୁ ଅଣାଯାଇଥିବା ଦେଖିବାକୁ ମିଳିଛି।