Odiapua.com

ନ୍ୟୁଜିଲ୍ୟାଣ୍ଡକୁ ୭ ରନ୍ ରେ ହରାଇଲା ଭାରତ ୫-୦ ରେ ସିରିଜ୍ ଜୀତିଲା

ନୂଆ ଦିଲ୍ଲୀ ୨-୨ (ଓଡ଼ିଆ ପୁଅ) ଭାରତ ପଞ୍ଚମ ଏବଂ ଅନ୍ତିମ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡକୁ ସାତ ରନରେ ହରାଇ ପାଞ୍ଚଟି ମ୍ୟାଚର ସିରିଜ୍ ରେ ୫-୦ ରେ କ୍ଲିନ ସ୍ୱିପ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ତିନି ୱିକେଟ୍ ରେ ୧୬୩ ରନ କରିଥିଲା। ଏଥିରେ ଅଧିନାୟକ ରୋହିତ ଶର୍ମାଙ୍କର ୬୦, ଲୋକେଶ ରାହୁଲଙ୍କର ୪୫ ଏବଂ ଶ୍ରେୟସ ଆୟାର ନଟ୍ ଆଉଟ୍ ୩୩ ରନ ସାମିଲ ଅଛି।

ନ୍ୟୁଜିଲ୍ୟାଣ୍ଡ ତା’ର ଜବାବରେ ୯ ୱିକେଟ୍ ହରାଇ ୧୫୬ ରନ କରିଥିଲା। ରସ ଟେଲର (୫୩) ଏବଂ ଟିମ ସେଫର୍ଟ (୫୦) କରିଥିଲେ। ଭାରତ ତରଫରୁ ଜସପ୍ରୀତ ବୁମରାହ ତିନି ୱିକେଟ୍ ନେଇଥିବାବେଳେ ଶାର୍ଦୁଲ ଠାକୁର ଏବଂ ନବଦୀପ ସୈନୀ ଦୁଇ-ଦୁଇ ୱିକେଟ୍ ନେଇଥିଲେ। ବୁମରାହ ମାତ୍ର ୧୨ ରନ ଦେଇକରି ୩ ୱିକେଟ୍ ନେଇଥିଲେ। ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ମନୋନୀତ କରାଯାଇଥିଲା।