Odiapua.com

ହାତରସ୍ ଘଟଣାରେ ଏସପି ଏବଂ ଡିଏସପି ଏବଂ ଅନ୍ୟ ପୋଲିସ ଅଧିକାରୀ ନିଳମ୍ବିତ

ନୂଆ ଦିଲ୍ଲୀ ୨-୧୦ (ଓଡ଼ିଆ ପୁଅ) ଯୋଗୀ ସରକାର ହାତରସ୍ ଗ୍ୟାଙ୍ଗ ବଳାତ୍କାର ମାମଲାରେ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାର ଡିଏସପି ଏବଂ ଏସପିଙ୍କୁ ନିଲମ୍ବିତ କରିଛନ୍ତି। ଏହା ସହିତ ସମସ୍ତଙ୍କ ପାଇଁ ନାର୍କୋ ପଲିଗ୍ରାଫ୍ ପରୀକ୍ଷା ମଧ୍ୟ କରାଯିବ। ଏହାପୂର୍ବରୁ ବିଜେପିର ବରିଷ୍ଠ ନେତା ଉମା ଭାରତୀ ଯୋଗୀ ସରକାରଙ୍କୁ ପୋଲିସର ମନୋଭାବକୁ ନେଇ ନିନ୍ଦା କରିଥିଲେ।

ଉମା ଭାରତୀ ଯୋଗୀ ଆଦିତ୍ୟନାଥଙ୍କୁ କହିଥିଲେ ଯେ ହାତରସ୍ ମାମଲାରେ ଉତ୍ତରପ୍ରଦେଶ ପୋଲିସର ସନ୍ଦେହଜନକ କାର୍ଯ୍ୟ ଆପଣଙ୍କ, ରାଜ୍ୟ ସରକାର ଏବଂ ବିଜେପିର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି। ସେ କହିଛନ୍ତି “ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ନେତା, ଗଣମାଧ୍ୟମ ବ୍ୟକ୍ତିଙ୍କୁ ହାତରସ୍ ପୀଡିତାଙ୍କ ପରିବାରକୁ ଭେଟିବାକୁ ଅନୁମତି ଦିଆଯାଉ।”