Odiapua.com

ପୁନେରେ ଧୁମଧାମରେ ପାଳିତ ହେଲା ନୂଆ ଖାଇ ଭେଟ୍ ଘାଟ୍

” ନୂଆଁଖାଇ ” ପଶ୍ଚିମ ଓଡିଶାର ମହାନ ଗଣପର୍ବ। ଗତ ୧ରବିବାରଦିନ ପୁନେ ଠାରେ ଭେଟ୍ ଘାଟ୍ କଲ୍ଚରାଲ୍ ଆସୋସିଏସନ୍ ତରଫରୁ ମହା ଆଡମ୍ବର ସହକାରେ ଆୟୋଜନ କରାଯାଇଥିଲା। ଏହି ନୂଆଁଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ରେ ୭୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ। ଏ ବର୍ଷ ନୂଆଁଖାଇର ଉଦ୍ଦେଶ୍ୟ ଥିଲା ” ଆମର୍ ପରବ୍ ଆମର୍ ଗରବ୍ “। ଏଇ ବର୍ଷ ନୂଆଁଖାଇ ଭେଟ୍ ଘାଟ୍ ମହାରାଷ୍ଟ୍ରର ପୁନେ ସ୍ଥିତ ଅଂକୁଶ ରାଓ ଲଂଗଡେ ନାଟ୍ୟଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ଗତ ଦୀର୍ଘ ଦଶନ୍ଧି ଧରି ୨୦୦୫ ମସିହାଠାରୁ ପାଳିତ ହୋଇ ଆସୁଅଛି ନୂଆଁଖାଇ ଭେଟ୍ ଘାଟ୍ ମହୋତ୍ସବ। ଏହି ବର୍ଷ କିନ୍ତୁ ଭିନ୍ନ ଏକ ନିଆରାରେ ଅତ୍ୟାଧୁନିକ ଆକର୍ଷଣୀୟ ହୋଇଥିଲା ନୂଆଁଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ।

ସତରେ କହିବାକୁ ଗଲେ ନୂଆଁଖାଇର ଅର୍ଥ ହେଲା ନୂତନ (ନୂଆଁ) ଖାଦ୍ୟ (ଖାଇ), ପ୍ରତ୍ୟେକ ବର୍ଷ ଭାଦ୍ରବ ମାସର ଶୁକ୍ଳ ପକ୍ଷ ପଞ୍ଚମୀ ଅର୍ଥାତ୍ ଶ୍ରୀଗଣେଶ ଚତୁର୍ଥୀର ଆର ଦିନ ହିଁ ଏହି ଉତ୍ସବ ପଶ୍ଚିମ ଓଡିଶାର ଘରେ ଘରେ ପାଳିତ ହୋଇଥାଏ। ନୂଆଁ ଧାନ ର ଚାଉଳ, ଶସ୍ୟକୁ ନିଜ ନିଜ ଆରାଧ୍ୟ ଦେବୀ ଦେବତାଙ୍କ ଠାରେ ଭୋଗ ଲଗାଯାଇ ଥାଏ।

ଏହି ବର୍ଷ କିନ୍ତୁ ଭିନ୍ନ ଏକ ନିଆରାରେ ଅତ୍ୟାଧୁନିକ ଆକର୍ଷଣୀୟ ସହକାରେ ପାଳନ କରି ଥିଲା ଭେଟ୍ ଘାଟ୍ କଲ୍ଚରାଲ୍ ଆସୋସିଏସନ୍, ପୁନେ। ଏହି ଅବସରରେ ସମସ୍ତେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ। ଏହି ଉତ୍ସବ ସକାଳ ୧୧ ଟା ବେଳେ ଆରମ୍ଭ ହୋଇଥିଲା। ପ୍ରଥମେ ମାଁ ସମଲେଇଙ୍କ ପୂଜାର୍ଚ୍ଚନା କରିବା ପରେ ଶ୍ରୀଯୁକ୍ତ ମହେଶ ଦାଦା ଲଂଗଡେ, MLA, ପୁନେ, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏ ବର୍ଷ ଭେଟ୍ ଘାଟ୍ କଲ୍ଚରାଲ୍ ଆସୋସିଏସନ୍, ପୁନେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ଲୋକନୃତ୍ୟ ଦଳ “ରୁମକୁଝୁମାନା, ସୋନପୁର ଦଳକୁ ଆମନ୍ତ୍ରଣ କରାଯାଇଥିଲା। ଶ୍ରୀଯୁକ୍ତ ଶାଶ୍ୱତ ତ୍ରିପାଠୀଙ୍କ ନେତୃତ୍ଵରେ ରୁମକୁଝୁମାନା, ସୋନପୁର ଲୋକ ନୃତ୍ୟ ଦଳ ଗୀତ ଓ ନୃତ୍ୟ ର ତାଳେ ତାଳେ ଝୁମି ଯାଇ ଥିଲେ ଦର୍ଶକମାନେ।

ଏହି କାର୍ଯ୍ୟକ୍ରମରେ ସକାଳ ର ଚା’ପାନ ଠୁ ଆରମ୍ଭ କରି ପଶ୍ଚିମ ଓଡିଶାର ସ୍ୱାଦିଷ୍ଟ ଖାଦ୍ୟ ଭାତ, ଡାଲି, କରଡି ଆମ୍ବିଲ, ଘାଣ୍ଟ ତରକାରୀ, ଖିରି ଇତ୍ୟାଦି ଅନେକ ସୁସ୍ବାଦୁ ସମସ୍ତେ ଖାଇ ମଉଜ ମଜଲିସ୍ କରି ଥିଲେ।

ପ୍ରତ୍ୟେକ ଠାରୁ ଏହି ବର୍ଷ କିନ୍ତୁ ଭିନ୍ନ ଏକ ଆକର୍ଷଣ ଥିଲା ମଞ୍ଚ, ସୁନ୍ଦର ଭାବରେ ସୁସଜ୍ଜିତ ହୋଇ ଦର୍ଶକମାନଙ୍କ ମନକୁ ଛୁଇଁ ଯାଇ ଥିଲା। ଏହି ଅବସରରେ ଭେଟ୍ ଘାଟ୍ କଲ୍ଚରାଲ୍ ଆସୋସିଏସନ୍ ର ଅଧ୍ୟକ୍ଷ, ଭବିଷ୍ୟତରେ ଏହି ଭେଟ୍ ଘାଟ୍ ମହୋତ୍ସବକୁ କିପରି ଭାବରେ ଆଗକୁ ନିଆରା ଢଙ୍ଗରେ ପାଳିତ ହୋଇ ପାରିବ ସେଥିପାଇଁ ସେ ନିଜେ ମଧ୍ୟ ତାଙ୍କ ର ଏବଂ ଆସୋସିଏସନ୍ ର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ବର୍ଷ ଆସୋସିଏସନ୍ ତରଫରୁ ଷଷ୍ଠ ସଂସ୍କରଣରେ ଭେଟ୍ ଘାଟ୍ ପତ୍ରିକା ଉନ୍ମୋଚିତ ହୋଇଥିଲା।