Odiapua.com

ଦେଶରେ କୋଭିଡ-୧୯ ମହାମାରୀ ବିରୋଧରେ ସଂଗ୍ରାମ ପାଇଁ ଅଣ୍ଟା ଭିଡ଼ିଲେ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନଆରଏଲଏମ) ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ନୂଆ ଦିଲ୍ଲୀ ୧୩-୪ (ଓଡ଼ିଆ ପୁଅ) ୨୭ଟି ରାଜ୍ୟର ରାଜ୍ୟ ଗ୍ରାମୀଣ ଜୀବିକା ମିଶନ (ଏସଆରଏଲଏମ)ର ପ୍ରାୟ ୭୮ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ କଲେ ୨ କୋଟି ମାସ୍କ ବିଭିନ୍ନ ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ୫୦୦୦ରୁ ଅଧିକ ପିପିଇ କିଟ୍ ପ୍ରସ୍ତୁତ୯ଟି ରାଜ୍ୟର ପ୍ରାୟ ୯୦୦ ଏସଏଚଜି ଉଦ୍ୟୋଗୀ କଲେ ୧ ଲକ୍ଷ ଲିଟରରୁ ଅଧିକ ହ୍ୟାଣ୍ଡ ସାନିଟାଇଜର ଉତ୍ପାଦନହାତ ପରିଷ୍କାର ନିମନ୍ତେ କେତେକ ଏସଏଚଜିଙ୍କ ଦ୍ୱାରା ତରଳ ସାବୁନ ଉତ୍ପାଦନ ବୈଶ୍ୱିକ ମହାମାରୀ କୋଭିଡ- ୧୯ ଏବେ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଭୂତପୂର୍ବ ଜରୁରି ପରିସ୍ଥିତି ସୃଷ୍ଟି କରିଛି। ଭାରତରେ ମଧ୍ୟ ଏହା ବିରୋଧରେ ସଫଳ ସଂଗ୍ରାମ ସକାଶେ ମେଡ଼ିକାଲ ତଥା ପୁଲିସ କର୍ମୀ, ସଫେଇ କର୍ମଚାରୀ ଆଦିଙ୍କ ପାଇଁ ମାସ୍କ, ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଏବଂ ମୁହଁଘୋଡ଼ା ଉପକରଣର ଅଧିକ ଆବଶ୍ୟକତା ଭଳି ପରିସ୍ଥିତି ସୃଷ୍ଟି କରିଛି। ଦେଶର ଅଧିକାଂଶ କ୍ଷେତ୍ରରେ ଏବେ ଜନସାଧାରଣ ମୁହଁରେ ମାସ୍କ ବାନ୍ଧିବା ବାଧ୍ୟତାମୂଳକ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

କେନ୍ଦ୍ର ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ବିଭାଗ ଅଧୀନସ୍ଥ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା- ଜାତୀୟ ଗ୍ରାମୀଣ ଜୀବନଜୀବିକା ମିଶନ (ଡ଼ିଏୱାଇ-ଏନଆରଏଲଏମ) ଅଧୀନରେ ଏବେ ସାରା ଦେଶରେ ପ୍ରାୟ ୬୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଅଛନ୍ତି ଏବଂ ସେହିସବୁ ଏସଏଚଜିରେ ପ୍ରାୟ ୬୯୦ ଲକ୍ଷ ମହିଳା ସଦସ୍ୟ ରହିଛନ୍ତି। ଏବେ ସେହିସବୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କୋଭିଡ-୧୯ ସଂକ୍ରମଣକୁ ରୋକିବା ସକାଶେ ସୈନିକର ଭୂମିକା ଗ୍ରହଣ କରିଛନ୍ତି। କୋଭିଡ-୧୯ ବିରୋଧରେ ସଂଗ୍ରାମ ନିମନ୍ତେ ମୁହଁରେ ମାସ୍କ ବାନ୍ଧିବା ହେଉଛି ପ୍ରଥମ ଆବଶ୍ୟକତା। ତେଣୁ ଏସଏଚଜିର ସଦସ୍ୟମାନେ ତୁରନ୍ତ ବିଭିନ୍ନ ପ୍ରକାର ମୁହଁବନ୍ଧା ମାସ୍କ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଭିନ୍ନ ପ୍ରକାର ମାସ୍କ ଯଥା, ୨-୩ ପ୍ଲାଏ ବୁଣା ଏବଂ ଅଣ-ବୁଣା ସର୍ଜିକାଲ ମାସ୍କ, କପଡ଼ା ମାସ୍କ ଇତ୍ୟାଦି ପ୍ରସ୍ତୁତ କରିବାରେ ବିଭିନ୍ନ ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ ନିୟୋଜିତ ଅଛନ୍ତି। ଏଭଳି ମାସ୍କ ପ୍ରସ୍ତୁତ କଲାବେଳେ ସେମାନେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ (ଏମଓଏଚଏଫଡ଼ବ୍ଲୁ), ଖାଉଟି ବ୍ୟାପାର ମନ୍ତ୍ରଣାଳୟ ତଥା ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ଉପଦେଶିକାକୁ ମାନି ଏଭଳି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ସେହିସବୁ ମାସ୍କ ସ୍ୱାସ୍ଥ୍ୟ ବିଭାଗ, ପୌର ସଂସ୍ଥା, ସ୍ଥାନୀୟ ପ୍ରଶାସନ, ଛାମୁଆ କର୍ମଚାରୀ, ପୁଲିସ ଅଧିକାରୀମାନଙ୍କୁ ଯୋଗାଇ ଦିଆଯାଉଛି ତଥା ସେସବୁ ବଜାରରେ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ଉପଲବ୍ଧ ହେଉଛି। ଅନେକ ରାଜ୍ୟରେ ଗ୍ରାମାଞ୍ଚଳ ପରିବାରମାନଙ୍କୁ ଏହା ମାଗଣାରେ ମଧ୍ୟ ଯୋଗାଇ ଦିଆଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏବେ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଯଥା, ଆପ୍ରନ୍‌, ଗାଉନ ଓ ମୁହଁଘୋଡ଼ା ସିଲ୍ଡ ଭଳି ସାମଗ୍ରୀ ପ୍ରସ୍ତୁତ କରିବା କାର୍ଯ୍ୟରେ ମଧ୍ୟ ନିୟୋଜିତ ହୋଇଛନ୍ତି।

ସ୍ୱୟଂ ସହାୟକ ଗୋଷ୍ଠୀ ନେଟୱାର୍କ ଦ୍ୱାରା ଏଭଳି ମାସ୍କ, ପିପିଇ, ମୁହଁଘୋଡ଼ା ସିଲ୍ଡ ଆଦି ପ୍ରସ୍ତୁତି ଓ ସେ ସଂପର୍କୀତ ଗଣମାଧ୍ୟମ ରିପୋର୍ଟ ସଂପର୍କରେ ନିମ୍ନରେ ସୂଚୀତ କରାଗଲା:

କ. ମାସ୍କ: ସୂଚୀତ ତଥ୍ୟ ଅନୁସାରେ ୨୭ଟି ରାଜ୍ୟ ଗ୍ରାମୀଣ ଜୀବନଜୀବିକା ମିଶନ (ଏସଆରଏଲଏମ)ଙ୍କ ଦ୍ୱାରା ୧.୯୬ କୋଟି ମାସ୍କ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା (୮ ଅପ୍ରେଲ, ୨୦୨୦ ସୁଦ୍ଧା) ପ୍ରସ୍ତୁତ କରାଯାଇଛି। ମାସ୍କ ପ୍ରସ୍ତୁତି କାର୍ଯ୍ୟରେ ପ୍ରାୟ ୭୮, ୩୭୩ଟି ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏବେ ନିୟୋଜିତ ଅଛନ୍ତି। ଝାଡ଼ଖଣ୍ଡ ରାଜ୍ୟର ଏସଏଚଜିମାନେ ଏ ଦିଗରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ସର୍ବ ପ୍ରଥମେ ଆଗଭର ହୋଇଥିଲେ ଏବଂ ମାର୍ଚ୍ଚ ୨୨, ୨୦୨୦ ସୁଦ୍ଧା ସେମାନେ ପ୍ରାୟ ୭୮, ୦୦୦ ମାସ୍କ ପ୍ରସ୍ତୁତ କରିଥିଲେ। ସେହିସବୁ ମାସ୍କ ବିଭିନ୍ନ ଜିଲ୍ଲାର କଲେକ୍ଟୋରେଟ ପରିସରରେ ଏବଂ ମେଡ଼ିକାଲ ଷ୍ଟୋରମାନଙ୍କରେ ରିହାତି ମୂଲ୍ୟରେ ପ୍ରତି ମାସ୍କ ପିଛା ୧୦ ଟଙ୍କା ଦାମରେ ବିକ୍ରି କରାଯାଉଛି।

ଝାଡ଼ଖଣ୍ଡର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ ମାସ୍କ ପ୍ରସ୍ତୁତ କରୁଛନ୍ତି (ଉତ୍ସ: ଟ୍ୱିଟର)

ଦେଶର ପୂର୍ବାଞ୍ଚଳ କ୍ଷେତ୍ରରେ, ଛତିଶଗଡ଼ର ୮୫୩ଟି ଏସଏଚଜି ୨୫୧୬ ଜଣ ଗ୍ରାମାଞ୍ଚଳ ମହିଳାଙ୍କୁ ନିୟୋଜିତ କରି ରାଜ୍ୟରେ ମାସ୍କ ପ୍ରସ୍ତୁତ ଓ ଉପଲବ୍ଧ କରାଇପାରିଛି। ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀମାନେ ଏକ ନିୟୁତରୁ ଅଧିକ ମାସ୍କ ପ୍ରସ୍ତୁତ କରିବା ସହ ସାଧାରଣ ଲୋକଙ୍କୁ ତାହା ବଣ୍ଟନ କରିଛନ୍ତି। ଅରୁଣାଚଳ ପ୍ରଦେଶ ପୌର ପାଳିକା ସେଠାକାର ଏସଏଚଜିମାନଙ୍କୁ ୧୦, ୦୦୦ ମୁହଁବନ୍ଧା ମାସ୍କ ପ୍ରସ୍ତୁତ କରି ରାଜ୍ୟର ଅତ୍ୟଧିକ କୋଭିଡ-୧୯ ପ୍ରବଣ କ୍ଷେତ୍ରରେ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅରୁଣାଚଳ ପ୍ରଦେଶରେ ଜିଲ୍ଲାର ୧୩ ସବ୍ ବ୍ଲକ୍‌ର ୨୨୫୪ଟି ସ୍ୱୟଂ ସହାୟକ ଗୋଷ୍ଠୀ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ କପଡ଼ା ତିଆରି ମାସ୍କ ପ୍ରସ୍ତୁତ କରୁଛନ୍ତି। ସେହିଭଳି କର୍ଣ୍ଣାଟକର ଗ୍ରାମାଞ୍ଚଳ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମାତ୍ର ୧୨ ଦିନ ଭିତରେ ପ୍ରାୟ ୧.୫୬ ଲକ୍ଷ ମାସ୍କ ପ୍ରସ୍ତୁତ କରି ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ସେମାନଙ୍କର ପ୍ରତିବଦ୍ଧତାର ପ୍ରମାଣ ଦେଇଛନ୍ତି।

ଉତ୍ତର ଗୋଆ ଜିଲ୍ଲାର ଗ୍ରାମାଞ୍ଚଳ ବିକାଶ ଏଜେନ୍ସି ଜରିଅ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ୨୦୦୦ ମାସ୍କ ପ୍ରସ୍ତୁତ କରି ରାଜ୍ୟସାରା ବାଣ୍ଟିଛନ୍ତି। ମାସ୍କର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶର ସ୍ୱୟଂ ସହାୟକ ଗୋଷ୍ଠୀର ୨୦୦୦ ମହିଳା ସଦସ୍ୟ ମାସ୍କ ପ୍ରସ୍ତୁତ କରିବାରେ ନିଜକୁ ସଂପୂର୍ଣ୍ଣ ରୂପେ ନିୟୋଜିତ କରିଛନ୍ତି।

ଖ. ବ୍ୟକ୍ତିଗତ ସୁରକ୍ଷା ଉପକରଣ: ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏବେ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଯଥା, ଆପ୍ରନ୍‌, ଗାଉନ୍‌, ମୁହଁବନ୍ଧା ସିଲ୍ଡ ଆଦି ପ୍ରସ୍ତୁତ କରୁଛନ୍ତି। ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକ, ସମେତ ବିଭିନ୍ନ ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏବେସୁଦ୍ଧା ପ୍ରାୟ ୫୦୦୦ ପିପିଇ କିଟ୍ ପ୍ରସ୍ତୁତ କରାଯାଇସାଇଛି। ପଞ୍ଜାବ ଏସଆରଏଲଏମର ସୂଚନା ଅନୁସାରେ କପୁରଥଲାର ସିଭିଲ ସର୍ଜନମାନଙ୍କୁ ଏଭଳି ୫୦୦ ଆପ୍ରନ ଯୋଗାଇ ଦିଆଯାଇସାରିଛି। ମେଘଳାୟ ସରକାରଙ୍କ ସୂଚନା ଅନୁସାରେ ଜିଲ୍ଳାର ମେଡ଼ିକାଲ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ୨୦୦ ଫେସ୍ ସିଲ୍ଡ ଯୋଗାଯାଇସାରିଛି। କର୍ଣ୍ଣାଟକ ସରକାରଙ୍କ ସୂଚନା ଏହା ଯେ ସେଠାରେ ଏସଏଚଜିମାନେ ୧୨୫ଟି ଫେସ ସିଲ୍ଡ ପ୍ରସ୍ତୁତ କରିଛନ୍ତି। ମେଘାଳୟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ପଞ୍ଜାବର ଏସଆରଏଲଏମ ପକ୍ଷରୁ ସୂଚୀତ କରାଯାଇଛିଯେ ସେହିସବୁ ରାଜ୍ୟରେ ଏସଏଚଜିମାନେ ଏବେ ଫେସ୍ ସିଲ୍ଡ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଗ. ମହିଳା ଗୋଷ୍ଠୀମାନେ ସେମାନଙ୍କ ଗୋଷ୍ଠୀରେ ହାତ ପରିମଳ ରକ୍ଷା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତା ଯାଉଛି ଏବଂ ସେମାନଙ୍କ ନିକଟରେ ସୁଲଭ ମୂଲ୍ୟରେ ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧ କରାଯାଉଛି।

ଡ଼ିଏୱାଇ- ଏନଆରଏଲଏମ ସହଯୋଗରେ ଗଠିତ ଅଣୁ ଉଦେ୍ଦ୍ୟାଗୀମାନେ ହ୍ୟାଣ୍ଡ ସାନିଟାଇଜର ଓ ଅନ୍ୟାନ୍ୟ ହାତଧୁଆ ଉପକରଣ ଉତ୍ପାଦନ କରିବା କାର୍ଯ୍ୟ ହାତକୁ ନେଇଛନ୍ତି ଓ ସେସବୁକୁ ଗ୍ରାମାଞ୍ଚଳରେ ଉପଲବ୍ଧ କରାଇବା କାର୍ଯ୍ୟକୁ ସୁନିଶ୍ଚିତ କରିପାରିଛନ୍ତି। ୯ଟି ରାଜ୍ୟର ୯୦୦ ସ୍ୱୟଂ ସହାୟକ ଗୋଷ୍ଠୀ ଏବେସୁଦ୍ଧା ୧.୧୫ ଲକ୍ଷ ଲିଟର ସାନିଟାଇଜର ଉତ୍ପାଦନ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ତିନୋଟି ରାଜ୍ୟ – କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଆନ୍ଧ୍ର ପ୍ରଦେଶଙ୍କ ଉତ୍ପାଦନ ୨୫, ୦୦୦ ଲିଟର (ପ୍ରତ୍ୟେକ ରାଜ୍ୟ)କୁ ଟପିଛି। ସେହିଭଳି ଆନ୍ଧ୍ର ପ୍ରଦେଶ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳ, ମଣିପୁର, ମଧ୍ୟ ପ୍ରଦେଶ, ନାଗାଲାଣ୍ଡ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ ଓ ମିଜୋରାମ ବଜାରରେ ଦିନକୁ ଦିନ ବୃଦ୍ଧି ପାଉଥିବା ସାନିଟାଇଜର ଚାହିଦା ପୂରଣ ସକାଶେ ସେସବୁ ପଦାର୍ଥ ଅଧିକ ମାତ୍ରାରେ ଉତ୍ପାଦନ କରୁଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡ଼ବ୍ଲୁଏଚଓ)ର ନିର୍ଦ୍ଦେଶାବଳୀକୁ ଅନୁସରଣ କରି, ଏଭଳି ସାନିଟାଇଜର ଉତ୍ପାଦନ ସକାଶେ ଚାରିଗୋଟି ପଦାର୍ଥର ମିଶ୍ରଣରେ ଝାଡ଼ଖଣ୍ଡରେ ଏଭଳି ପଦାର୍ଥ ପ୍ରସ୍ତୁତ କରାଯାଉଛି। ଏହି ସାନିଟାଇଜର ପ୍ରସ୍ତୁତ ସକାଶେ ଆଲକୋହଲ (୭୨%), ଡ଼ିଷ୍ଟିଲ୍ଡ ୱାଟର (୧୩%), ଗ୍ଲାଇସେରିନ୍ (୧୩%) ଏବଂ ବାସିଲ୍ (୨%) ବ୍ୟବହାର କରାଯାଉଛି। ହ୍ୟାଣ୍ଡ ସାନିଟାଇଜର ମେଡ଼ିକାଲ ସୁଫଳ ନିମନ୍ତେ ଏଥିରେ ଲେମନ୍ ଗ୍ରାସ୍ କିମ୍ବା ବାସିଲ୍ ମିଶାଯାଉଛି ଯଦ୍ୱାରା ତାହା ବ୍ୟବହାର ଦ୍ୱାରା ଭୂତାଣୁମାନେ ମରିଯାଉଛନ୍ତି। ଏଭଳି ସାନିଟାଇଜରର ୧୦୦ ମିଲିଲିଟର ବୋତଲ ପିଛା ୩୦ ଟଙ୍କାରେ ସୁଲଭ ମୂଲ୍ୟ ରଖାଯାଇଛି ଯାହାକି ସାଧାରଣ ଜନତାଙ୍କ ଠାରୁ ନେଇ ହସପିଟାଲ ଓ ପୁଲିସ ଥାନା ପାଇଁ ବଜାରରେ ଉପଲବ୍ଧ।

କେତେକ ଏସଏଚଜି ତରଳ ସାବୁନ ବିକ୍ରି କରୁଛନ୍ତି ଯାହାକି ସ୍ୱାସ୍ଥ୍ୟ ନିରାପତ୍ତା ଓ ତଥା ପରିମଳ ସୁରକ୍ଷା ପାଇଁ ଜରୁରି। ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ନାଗାଲାଣ୍ଡ, ତାମିଲନାଡ଼ୁର ଅନେକ ଏସଏଚଜି ୟୁନିଟ୍ ଏବେସୁଦ୍ଧା ୫୦, ୦୦୦ ଲିଟରରୁ ଅଧିକ ହାତଧୁଆ ସାମଗ୍ରୀ ଉତ୍ପାଦନ କରିସାରିଛନ୍ତି।

ସେମାନଙ୍କର ଜୀବନଜୀବିକାକୁ ସମାବେଶୀ କରିବା ସକାଶେ ସାମାଜିକ ଦାୟିତ୍ୱବୋଧକୁ ମୁଣ୍ଡକୁ ନେଇ ଏହି ଏସଏଚଜିମାନେ କରୋନା ସଂକ୍ରମଣ ବିରୋଧରେ ସେମାନଙ୍କର ଅବଦାନ ଦେଇ ଚାଲିଛନ୍ତି ତଥା ଗୋଷ୍ଠୀ ସ୍ୱାସ୍ଥ୍ୟରକ୍ଷା ଦିଗରେ ସେମାନଙ୍କର ସହଯୋଗର ହାତ ବଢ଼ାଇଛନ୍ତି। ଏହି ଅଭିଯାନରେ ଏସଏଚଜିର ମହିଳା ସଦସ୍ୟମାନେ ସେମାନଙ୍କର ସର୍ବାଧିକ ପ୍ରତିବଦ୍ଧତା ଓ ନିଷ୍ଠା ପ୍ରଦର୍ଶନ କରିଛନ୍ତି।