Odiapua.com

ନୟାଗଡ଼ରୁ ଅରୁଣ ଓ ଖଣ୍ଡପଡ଼ାରୁ ସୌମ୍ୟଙ୍କ ନାମାଙ୍କନ ପତ୍ର ଦାଖଲ

ନୟାଗଡ଼, ୪ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ନାୟକ) : ରାଜ୍ୟର ତୃତୀୟ ତଥା ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀଭାବେ ଡ.ଅରୁଣ କୁମାର ସାହୁ ଓ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ରିଟର୍ଣ୍ଣି ଅଫିସରଙ୍କ ନିକଟରେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟ ପାଇଥିବା ସୌମ୍ୟରଂଜନ ପଟ୍ଟନାୟକ ସେମାନଙ୍କର ଶହ ଶହ ସଂଖ୍ୟାରେ ସମର୍ଥକ, ଶୁଭେଚ୍ଛୁ ଓ କର୍ମୀଙ୍କର ଏକ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଚିଂବା ପରେ ଅତିରିକ୍ତ ଜିଲ୍ଳାପାଳ ପ୍ରସନ୍ନ କୁମାର ଦାସଙ୍କ ନିକଟରେ ନିଜର ପ୍ରସ୍ତାବକଙ୍କ ସହିତ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ସୌମ୍ୟଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିରୁ ଟିକେଟ ପାଇବା ପାଇଁ ଅନ୍ୟତମ ଆଶାୟୀ ପ୍ରାର୍ଥୀଭାବେ ଥିବା ଅନୁଭବ ପଟ୍ଟନାୟକ ଓ ଗୟା ପରିଡ଼ା ସୌମ୍ୟଙ୍କ ପାଖରେ ବସିଥିବା ଦେଖିବାକୁ ମିଳିଥିଲା। ସେହିପରି ନୟାଗଡ଼ ନିର୍ବାଚନ ବିଧାନସଭା ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଡ.ଅରୁଣ କୁମାର ସାହୁ ପ୍ରାୟ ୩୦ ହଜାରରୁ ଅଧିକ ସମର୍ଥକ, କର୍ମୀ ଶୁଭେଚ୍ଛୁଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେ ଉପଜିଲ୍ଲାପାଳ ଜତେନ୍ଦ୍ର କୁମାର ସାହୁଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଅରୁଣଙ୍କ ଶୋଭାଯାତ୍ରାରେ ସିନ୍ଦୁରିଆଠାରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲୋକାରଣ୍ୟ ହୋଇପଡ଼ିଥିଲା। ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି। ୫ତାରିଖରେ ପ୍ରାର୍ଥୀପତ୍ର ଯାଂଚ କରାଯିବ ଏବଂ ୮ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଅପରାହ୍ନରେ ପ୍ରାର୍ଥୀମାନଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।