Odiapua.com

ଭାରତୀୟ ମୂଲକର ଅଭିଜୀତ ବାନାର୍ଜୀଙ୍କୁ ଅର୍ଥଶାସ୍ତ୍ରରେ ମିଳିଲା ନୋବେଲ ପୁରସ୍କାର

ନୂଆଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ଭାରତୀୟ ଅଭିଜୀତ ବାନାର୍ଜୀଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଙ୍କ ସହିତ ତାଙ୍କ ପତ୍ନୀ ଏସ୍ଥର ଡୁଫଲୋ ଏବଂ ମାଇକଲ କ୍ରେମରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ତିନିଜଣ ଅର୍ଥଶାସ୍ତ୍ରୀଙ୍କୁ ‘ବିଶ୍ୱରେ ଗରିବ ସମାପ୍ତ କରିବାର ପ୍ରଯୋଗ’ ପାଇଁ ସମ୍ମାନିତ କରାଯାଇଛି।

ଇକନୋମିକ ସାଇନ୍ସେସ୍ କ୍ୟାଟିଗୋରୀରେ ଏହି ସମ୍ମାନ ପାଇଥିବା ଅଭିଜୀତ ବାନାର୍ଜୀ ଭାରତୀୟ ମୂଲକର ଆମେରୀକୀୟ ନାଗରିକ ଅଟନ୍ତି।

ବର୍ତ୍ତମାନ ସେ ମେସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ ଟେକ୍ନଲୋଜୀରେ ଇକନୋମିକ୍ସର ପ୍ରଫେସର ଅଛନ୍ତି। ସେ ଏବଂ ତାଙ୍କ ପତ୍ନୀ ଡଫଲୋ ଅବ୍ଦୁଲ ଲତୀଫ ଜମୀଲ ପଭର୍ଟି ଆକ୍ସନ ଲ୍ୟାବ ର କୋ-ଫାଉଣ୍ଡର ଅଟନ୍ତି। ବାନାର୍ଜୀ ୧୯୮୧ ରେ କୋଲକାତା ୟୁନିଭର୍ସିଟିରେ ବିଏସସି କରିଥିଲେ, ୧୯୮୩ ରେ ଜବାହର ଲାଲ ନେହରୂ ୟୁନିଭର୍ସିଟିରେ ଏମଏ କରିଥିଲେ। ତା’ର ପରେ ସେ ହାବାର୍ଡ ୟୁନିଭର୍ସିଟି ରେ ୧୯୮୮ ରେ ପିଏଚଡି କରିଥିଲେ।