Odiapua.com

ମଦ୍ୟପାନ ହେତୁ ମୃତ୍ୟୁ ହେଲେ ବୀମା ରାଶି ମିଳିବ ନାହିଁ – ସୁପ୍ରିମକୋର୍ଟ

ନୂଆ ଦିଲ୍ଲୀ ୨୩-୩ (ଓଡ଼ିଆ ପୁଅ) ଅତ୍ୟଧିକ ମଦ୍ୟପାନ ହେତୁ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି, ତେବେ ତାଙ୍କୁ ବୀମା ଦାବି ମିଳିବ ନାହିଁ। ସୁପ୍ରିମକୋର୍ଟ ସୋମବାର ଏକ ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ମଦ୍ୟପାନ ହେତୁ ମୃତ୍ୟୁ ଉପରେ କୌଣସି ବୀମା ଦାବି ରହିବ ନାହିଁ। ଅଦାଲତ କହିଛନ୍ତି ଯେ, ବୀମା କମ୍ପାନୀର ଦାୟିତ୍ତ୍ୱ ସମ୍ପୁର୍ଣ୍ଣ କିମ୍ବା ପ୍ରତ୍ୟକ୍ଷ ଭାବରେ ଦୁର୍ଘଟଣା ଘଟାଇଥିବା ଘଟଣାରେ କ୍ଷତିପୂରଣ ପ୍ରଦାନ କରିବା। ସୁପ୍ରିମ କୋର୍ଟ ଜଣେ ବ୍ୟକ୍ତିଙ୍କ ଆଇନଗତ ଉତ୍ତରାଧିକାରୀଙ୍କ ବୀମା ଦାବି ଉପରେ ଶୁଣାଣି କରିଥିଲେ ଯାହାର ଅତ୍ୟଧିକ ମଦ୍ୟପାନ କରିବା ପରେ ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ହୋଇଥଲା।

ଜଷ୍ଟିସ ଏମ.ଏମ ଶାନ୍ତନଗୋଦର ଏବଂ ଜଷ୍ଟିସ ଭିନିତ ସରନଙ୍କ ବେଞ୍ଚ ଜାତୀୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗର ଆଦେଶକୁ ସମର୍ଥନ କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ, ମୃତ୍ୟୁ କୌଣସି ଦୁର୍ଘଟଣା ହେତୁ ହୋଇନଥିଲା ଏବଂ ବୀମା ପଲିସି ଅନୁଯାୟୀ ଏଭଳି ମାମଲାରେ କ୍ଷତିପୂରଣ ଦେବାର କୌଣସି ବିଧିଗତ ଦାୟିତ୍ତ୍ୱ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମନ୍ତବ୍ୟ ସହିତ ସୁପ୍ରିମକୋର୍ଟ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଆଇନଗତ ଉତ୍ତରାଧିକାରୀଙ୍କ ବୀମା ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଦାଲତ କହିଛନ୍ତି ଯେ, ଏହି ଘଟଣାରେ ବୀମା କମ୍ପାନୀର ଦାୟିତ୍ତ୍ୱ ସମ୍ପୂର୍ଣ୍ଣ କିମ୍ବା ପ୍ରତ୍ୟକ୍ଷ ଭାବରେ ଦୁର୍ଘଟଣା ହେତୁ କ୍ଷତିପୂରଣ ଦେବା।

ଜାତୀୟ ଉପଭୋକ୍ତା ବିବାଦ ସମାଧାନ କମିଶନଙ୍କ ଆଦେଶକୁ କୋର୍ଟ ସମର୍ଥନ କରିଛନ୍ତି। ଯେଉଁଥିରେ କୁହାଯାଇଥିଲା ଯେ ମୃତ୍ୟୁ କୌଣସି ଦୁର୍ଘଟଣା ହେତୁ ହୋଇ ନାହିଁ ଏବଂ ବୀମା ପଲିସି ଅନୁଯାୟୀ ଏଭଳି ମାମଲାରେ କ୍ଷତିପୂରଣ ଦେବାର କୌଣସି ବିଧିଗତ ଦାୟିତ୍ତ୍ୱ ନାହିଁ।

କୋର୍ଟ କହିଛନ୍ତି ଯେ ମାମଲାର ସତ୍ୟତା ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଜାତୀୟ ଆୟୋଗର ୨୪ ଏପ୍ରିଲ ୨୦୦୯ ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ଦେଖୁନାହୁଁ।

ସୂଚନାଯୋଗ୍ୟଯେ, ହିମାଚଳ ପ୍ରଦେଶ ରାଜ୍ୟ ଜଙ୍ଗଲ ନିଗମରେ ପୋଷ୍ଟ କରାଯାଇଥିବା ଜଣେ ରକ୍ଷୀଙ୍କ ଆଇନଗତ ଉତ୍ତରାଧିକାରୀ ନର୍ବଦା ଦେବୀଙ୍କ ଆବେଦନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ହିମାଚଳ ପ୍ରଦେଶର ଶିମଲା ଜିଲ୍ଲାରେ, ଏହି ରକ୍ଷୀ ୧୯୯୭ ମସିହାରେ ଅକ୍ଟୋବର ୭-୮ ମଧ୍ୟଭାଗରେ ମୃତ୍ୟୁ ବରଣ କରିଥିଲେ। ପୋଷ୍ଟମର୍ଟମ ରିପୋର୍ଟରେ, ତାଙ୍କ ମୃତ୍ୟୁର କାରଣ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଶ୍ୱାସରୁଦ୍ଧ ହୋଇଥିବାର କାରଣରୁ ଜଣାପଡ଼ିଛି।

ଅଦାଲତ କହିଛନ୍ତି ଯେ, ଏଭଳି ମୃତ୍ୟୁ ଦୁର୍ଘଟଣାଜନିତ ମୃତ୍ୟୁ ବର୍ଗରେ ନାହିଁ ଏବଂ ସମ୍ପୃକ୍ତ ବୀମା ପଲିସି ଅନୁଯାୟୀ ବୀମା କମ୍ପାନୀ କ୍ଷତିପୂରଣ ଦେବାକୁ ଦାୟୀ ନୁହେଁ।