Odiapua.com

ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ

ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି ଡେପୁଟି ଏସ୍ ଆର୍ ସି ସୂଚନା ଦେଇଛନ୍ତି। ସେହିପରି ସବୁ ନଦୀରେ ଜଳସ୍ତର କମିଛି। ବିଭିନ୍ନ ଅଞ୍ଚଳରୁ ପାଣି ଛାଡ଼ି ଯାଇଛି। ହୀରାକୁଦର ୧୦ରୁ ୫ଟି ଗେଟ୍ ବନ୍ଦ ହୋଇ ଥିବା ବେଳେ ୫ଟିରେ ପାଣି ଛଡ଼ାଯାଉଛି, ଡ୍ୟାମ୍‌କୁ ଜଳ ପ୍ରବେଶ ଦେଖି ୧ରୁ ୫ଟି ଭିତରେ ଗେଟ୍ ଖୋଲା ରହିବ ବୋଲି କହିଛନ୍ତି ଜଳସମ୍ପଦ ସଚିବ ପ୍ରଦୀପ ଜେନା।

ଅପର ପକ୍ଷରେ ଭାର୍ଗବୀ ନଦୀରେ ବନ୍ୟା ଜଳ ଆସିବା ଫଳରେ ଘାଇ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ପୁରୀ ସଦର ଅଂଚଳର ଉତ୍ତରକଣା ଓ ନୂଆଗାଁରେ ବନ୍ୟା ସ୍ଥିତି ଥିବା କୁହାଯାଉଛି।

ସୂଚନାଯୋଗ୍ୟଯେ, ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ସହ ଅଛନ୍ତି ଦୁଇଜଣ ସାଂସଦ ବସନ୍ତ ପଣ୍ଡା ଓ ସଂଗୀତା କୁମାରୀ ସିଂହଦେଓ। କଳାହାଣ୍ଡି, ବୌଦ୍ଧ, ବଲାଙ୍ଗିର ଓ ସୋନପୁର ବନ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନେ।