Odiapua.com

ମହନ୍ତ ନୃତ୍ୟ ଗୋପାଲଦାସ ହେଲେ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ

ନୂଆ ଦିଲ୍ଲୀ ୧୯-୨ (ଓଡ଼ିଆ ପୁଅ) ରାମମନ୍ଦିର ଟ୍ରଷ୍ଟର ପ୍ରଥମ ବୈଠକ ବୁଧବାରଦିନ ନୂଆଦିଲ୍ଲୀର ଗ୍ରେଟର କୈଳାଶ ସ୍ଥିତ ଟ୍ରଷ୍ଟର ଆଧିକାରିକ କାର୍ଯ୍ୟାଳୟରେ ହୋଇଛି। ରିପୋର୍ଟ୍ସ ଅନୁଯାୟୀ ଏହି ବୈଠକରେ ରାମମନ୍ଦିର ଆନ୍ଦୋଳନର ବିଶେଷ ସକ୍ରୀୟଥିବା ମହନ୍ତ ନୃତ୍ୟଗୋପାଳ ଦାସଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ଘୋଷିତ କରାଯାଇଛି।

ଟ୍ରଷ୍ଟର ପ୍ରଥମ ବୈଠକ ବହୁତ ମୁଖ୍ୟ ଥିଲା। ଏଥିରେ ନଅଟି ପ୍ରସ୍ତାବ ପାରିତ ହୋଇଛି। ମହନ୍ତ ନୃତ୍ୟଗୋପାଳ ଦାସଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ବନାଯାଇଛି। ଏହା ସହିତ ବିଶ୍ୱ ହିନ୍ଦୁ ପରିଷଦର ନେତା ଚମ୍ପତ ରାୟଙ୍କୁ ମହାମନ୍ତ୍ରୀ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପୂର୍ବତନ ପ୍ରଧାନ ସଚିବ ନୃପେନ୍ଦ୍ର ମିଶ୍ରାଙ୍କୁ ଭବନ ନିର୍ମାଣ ସମିତିର ଚେୟାରମ୍ୟାନ ନିୟୁକ୍ତ କରାଯାଇଛି। କୋଷାଧ୍ୟକ୍ଷଭାବେ ଗୋବିନ୍ଦଗିରି ମହାରାଜଙ୍କୁ ଦାୟୀତ୍ତ୍ୱ ଦିଆଯାଇଛି।