Odiapua.com

ଲଞ୍ଚ ହେଲା ଗୋବରରେ ପ୍ରସ୍ତୁତ ସାବୁନ ଏବଂ ବାଉଁଶରେ ତିଆରି ବୋତଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୋବରରେ ପ୍ରସ୍ତୁତ ସାବୁନ ଏବଂ ବାଉଁଶରେ ତିଆରି ପାଣି ବୋତଲ ଲଞ୍ଚ କରିଛନ୍ତି।କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ ଦ୍ୱାରା ନିର୍ମିତ ଗାଈର ଗୋବରରେ ପ୍ରସ୍ତୁତ ଦେହଲଗା ସାବୁନ ଏବଂ ବାଉଁଶରେ ତିଆରି ପାଣି ବୋତଲ ଲଞ୍ଚ କରିଛନ୍ତି।ଏହି ଅବସରରେ ଗଡ଼କରୀ କହିଛନ୍ତି, ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେବିଆଇସି)କୁ ଆଗାମୀ ଦୁଇ ବର୍ଷରେ ୧୦,୦୦୦ କୋଟି ଟଙ୍କାରୁ ଅଧିକ କାରବାର କରିବା ଉଚିତ।ଏବଂ ବିଶେଷ ଭାବରେ ଗ୍ରାମୀଣ କ୍ଷେତ୍ରରେ ରହୁଥିବା ଲୋକଙ୍କ ପାଇଁ ଅଧିକ ପରିମାଣରେ ରୋଜଗାର ସୃଷ୍ଟି କରାଇବା ଉଚିତ।ଗ୍ରାମୋଦ୍ୟୋଗ ଆୟୋଗ ଦ୍ୱାରା ବିକ୍ରି ହେବାକୁ ଥିବା ଉତ୍ପାଦନର ବ୍ରାଣ୍ଡିଂର ମହତ୍ୱ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ଜୈବିକ ବସ୍ତୁର ସ୍ବୀକାର୍ଯ୍ୟତା ବଢ଼ାଇବା ଉପରେ ଗୁରୁତ୍ୱ ସେ ଦେଇଥିଲେ।ଗଡ଼କରି କହିଲେ ଆମକୁ ଗୁଣବତ୍ତା ଏବଂ ଭଲ ପ୍ୟାକେଜିଂ ସହିତ ଗାନ୍ଧୀଙ୍କ ଆର୍ଥିକ ବିଚାର ଭାବନା ସହିତ ସାଲିସ ନକରି ପେଶାଦାର ଏବଂ ପାରଦର୍ଶୀ ଦୃଷ୍ଟିକୋଣର ଆବଶ୍ୟକତା ରହିଛି।ସୂଚନାଯୋଗ୍ୟ ବାଉଁଶରେ ନିର୍ମିତ ପାଣି ବୋତଲର ମୂଲ୍ୟ ୫୬୦ ଟଙ୍କା ଏବଂ ଗୋବରରେ ପ୍ରସ୍ତୁତ ୧୨୫ ଗ୍ରାମ ସାବୁନର ମୂଲ୍ୟ ୧୨୫ ଟଙ୍କା ରହିଛି।//ଦେବଦତ୍ତ ରଥ