Odiapua.com

ଅଫିସର କରୋନା ପଜିଟିଭ୍‌ -ଦୁଇ ଦିନ ପାଇଁ ନୀତି ଆୟୋଗ ଅଫିସ୍‌ ସିଲ୍‌

ନୂଆଦିଲ୍ଲୀ ୨୮-୪ (ଓଡ଼ିଆ ପୁଅ) : ଦୁଇ ଦିନ ପାଇଁ ନୂଆଦିଲ୍ଲୀ ସ୍ଥିତ ନୀତି ଆୟୋଗ ଅଫିସ୍‌ ସିଲ୍‌ କରାଗଲା। ସୂଚନା ଅନୁସାରେ ନିର୍ଦ୍ଦେଶକ ସ୍ତରର ଜଣେ ଅଧିକାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି। ୪୮ ଘଣ୍ଟା ପାଇଁ ଏହି ଅଫିସ୍‌କୁ ସିଲ୍ କରାଯାଇଛି। ଏହି ଦୁଇ ଦିନ ଭିତରେ ଅଫିସ୍‌କୁ ସାନିଟାଇଜ୍ କରାଯିବ । ଏଥିପାଇଁ ଆବଶ୍ୟକ ପ୍ରୋଟୋକଲ ପାଳନ କରାଯାଉଥିବା ନୀତି ଆୟୋଗର ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟଯେ, ଦିଲ୍ଲୀର ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୦୮ କୁ ବୃଦ୍ଧି ପାଇଛି।