Odiapua.com

ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଜାଣନ୍ତୁ କ’ଣ ରହିଛି ଏ ପର୍ଯ୍ୟନ୍ତ ବଜେଟ୍‌ରେ

ନୂଆ ଦିଲ୍ଲୀ ୧-୨ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ବଜେଟକୁ ଅନୁମୋଦନ ପରେ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତୃତୀୟ ଥର ବଜେଟ ଉପସ୍ଥାପନା କରୁଛନ୍ତି ସୀତାରମଣ। ସେ କହିଛନ୍ତି କଠିନ ପରିସ୍ଥିତିରେ ବଜେଟ ପ୍ରସ୍ତୁତ ହୋଇଛି। ପୂର୍ବରୁ ଏଭଳି ପରିସ୍ଥିତି ଦେଖି ନ ଥିଲା ବିଶ୍ବ। ଲକଡାଉନ ନ ହୋଇଥିଲେ ସ୍ଥିତି ବିଗିଡ଼ିଥାନ୍ତା। କୋରୋନା ସମୟରେ ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରିଯାଇଥିଲା।

– କୋରୋନା କାଳରେ ଆସିଛି ୫ଟି ମିନି ବଜେଟ। ଆତ୍ମନିର୍ଭର ଭାରତ ପ୍ୟାକେଜର ପ୍ରଭାବ ପଡିଛି। ପ୍ରଥମ ଥର ଦେଶ ଏଭଳି ମହାମାରୀର ସାମ୍ନା କରିଛି।

ଆତ୍ମନିର୍ଭର ଭାରତ ପ୍ୟାକେଜ କୋଟି କୋଟି ଲୋକଙ୍କୁ ଲାଭ ଦେଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନେକଙ୍କୁ ସାହା ଦେଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

୨୦୨୦ ମେ ମାସରେ ଆତ୍ମନିର୍ଭର ଭାରତ ପ୍ୟାକେଜର ଘୋଷଣା କରାଯାଇଥିଲା। ଭାରତ ପାଖରେ ୨ ଭ୍ୟାକ୍ସିନ ଉପଲବ୍ଧ ଅଛି। ଯାହାକି ଆତ୍ମନିର୍ଭର ଭାରତ ପ୍ୟାକେଜର ଉପଲବ୍ଧ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ୮ କୋଟି ଲୋକଙ୍କୁ ମାଗଣାରେ ଗ୍ୟାସ ଯୋଗାଇଛନ୍ତି। ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟସାମଗ୍ରୀ ଦିଆଯାଇଛି।

ଆତ୍ମନିର୍ଭର ଭାରତ ପ୍ୟାକେଜରେ ଦେଶର ସ୍ଥିତିରେ ସୁଧାର ଆସିବ। ଆତ୍ମନିର୍ଭର ଭାରତ ୨୭.୧ ଲକ୍ଷ କୋଟି। ଜିଡିପିର ୧୩ ପ୍ରତିଶତ ହେଉଛି ଆତ୍ମନିର୍ଭର ଭାରତ ପ୍ୟାକେଜ।

ବଜେଟର ଛଅ ସ୍ତମ୍ଭ ବିଷୟରେ ଉଲ୍ଲେଖ କରିଛନ୍ତି ନିର୍ମଳା ସୀତୀରମଣ।

– ସ୍ୱାସ୍ଥ୍ୟ ଏବଂ କଲ୍ୟାଣ

– ଭିତ୍ତିଭୂମି

– ଅନ୍ତର୍ଭୂକ୍ତ ବିକାଶ

– ମାନବ ପୁଞ୍ଜି ବିକାଶ |

– ଅନୁସନ୍ଧାନ ଏବଂ ବିକାଶ

– ସର୍ବନିମ୍ନ ସରକାର, ସର୍ବାଧିକ ଶାସନ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୨, ୮୩, ୮୪୬ ଲକ୍ଷ କୋଟି ଘୋଷଣା କରିଛନ୍ତି ଯେଉଁଥିରେ କୋଭିଡ -୧୯ ଟିକା ପାଇଁ, ୩୫, ୦୦୦ କୋଟି ମଧ୍ୟ ରହିଛି।