Odiapua.com

ନିର୍ଭୟା ମାମଲା : ପୁଣି ଟଳିଲା ଫାଶୀ, ଆସନ୍ତା ଆଦେଶ ଆସିବା ପର୍ଯ୍ୟନ୍ତ ଫାଶୀ ସ୍ଥଗିତ

ନୂଆଦିଲ୍ଲୀ ୨-୩ (ଓଡ଼ିଆ ପୁଅ) ନିର୍ଭୟା ମାମଲାରେ ଦିଲ୍ଲୀ ପାଟିଆଲା ହାଉସ କୋର୍ଟ ଚାରି ଦୋଷିମାନଙ୍କୁ ପାଶୀ ଦଣ୍ଡ ଉପରେ ରୋକ ଲଗାଇଛନ୍ତି ଏବଂ ଆସନ୍ତା ଆଦେଶ ଆସିବା ପର୍ଯ୍ୟନ୍ତ ମାମଲାକୁ ସ୍ଥଗିତ କରାଯାଇଛି। ଦୋଷୀ ପବନର ଦୟା ଯାଚିକା ରାଷ୍ଟ୍ରପତିଙ୍କର ପାଖରେ ଲମ୍ବିତ ରହିବାରୁ ମାମଲାକୁ ସ୍ଥଗିତ କରିଦିଆଯାଇଛି।

ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟ ୨୦୧୨ ର ନିର୍ଭୟା ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଚାରି ଦୋଷିମାନଙ୍କର ପାଶୀ ଦଣ୍ଡ ସୋମବାରଦିନ ଆସନ୍ତା ଆଦେଶ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଚାରି ଦୋଷିମାନଙ୍କୁ ମଙ୍ଗଳବାରଦିନ ସକାଳ ଛଅଟା ସମୟରେ ପାଶୀ ଦଣ୍ଡରେ ଜଣ୍ଡିତ କରିବାର ଥିଲା।

ବିଚାରପତି ଧର୍ମେନ୍ଦ୍ର ରାଣା କହିଲେଯେ, ଯେତେବେଳେ ଦୋଷୀ ପବନ କୁମାର ଗୁପ୍ତାର ରାଜକ୍ଷମା ଆବେଦନ ଲମ୍ବିତ ଅଛି, ପାଶୀ ଦଣ୍ଡ ଦିଆଯାଇପାରିବ ନାହିଁ। କୋର୍ଟଙ୍କର ଏହି ଆଦେଶ ପବନର ସେହି ଅପିଲ ଉପରେ ଦିଆଯାଇଛି ଯେଉଁଥିରେ ସେ ପାଶୀ ଦଣ୍ଡ ଉପରେ ରୋକ ଲଗାଇବା ପାଇଁ ଅନୁରୋଧ କରିଥିଲା। କାରଣ ସେ ରାଷ୍ଟ୍ରପତିଙ୍କର ପାଖରେ ସୋମବାରଦିନ ଏକ ଦୟା ଯାଚିକା ଦାଖଲ କରିଥିଲା।

କୋର୍ଟର ଏହି ଆଦେଶ ଉପରେ ନିର୍ଭୟାର ମା’ ଆଶା ଦେବୀ କହିଛନ୍ତି ଯେ, ଶେଷରେ କାହିଁକି କୋର୍ଟ ଦୋଷୀମାନଙ୍କୁ ପାଶୀ ଦଣ୍ଡ ଦେବା ପାଇଁ ନିଜର ହିଁ ନିଷ୍ପତିକୁ ସମ୍ପୂର୍ଣ୍ଣ କରିବାରେ ବିଳମ୍ବ କରୁଛନ୍ତି। ଆଶା ଦେବୀ ଅଭିଯୋଗ ଲଗାଇଛନ୍ତିଯେ, ଦୋଷିମାନଙ୍କର କ୍ରମାଗତଭାବେ ଟଳୁଥିବା ପାଶୀ ଦଣ୍ଡ, ସିଷ୍ଟମର ଫେଲ୍ୟୋରକୁ ଦର୍ଶାଉଛି। ଆମର ସମ୍ପୂର୍ଣ୍ଣ ସିଷ୍ଟମ ଦୋଷୀମାନଙ୍କୁ ସମର୍ଥନ କରୁଛି। ସେ କହିଲେ ଯେ, ୧୫ ଦିନରେ ଦୋଷୀମାନଙ୍କ ତରଫରୁ କୌଣସି ଯାଚିକା ଦାଖଲ କରାଗଲା ନାହିଁ।

ପିତା କହିଲେ- ଚତୁର୍ଥ ଥର ଟଳିବ ନାହିଁ ନିଷ୍ପତି
ଅପର ପକ୍ଷରେ ନିର୍ଭୟାର ପିତା ବଦ୍ରୀନାଥ ସିଂହ କହିଛନ୍ତିଯେ, ଏ ସିଷ୍ଟମରେ ଯଦି କୌଣସି ଯାଚିକା ଦାଖଲ ହୁଏ ତେବେ ତାକୁ ଶୁଣିବାକୁ ପଡ଼ିବ। ନିର୍ଭୟାର ପିତାଙ୍କର ବିଶ୍ୱାସଯେ, ପାଶୀ ଦଣ୍ଡ ତୃତୀୟ ଥର ଟଳିଲା କିନ୍ତୁ ଚତୁର୍ଥ ଥର ଚଳିବ ନାହିଁ। ବଦ୍ରୀନାଥ ସିଂହ ନିଜର ପତ୍ନୀ ଏବଂ ନିର୍ଭୟାର ମା’ ଆଶା ଦେବୀକୁ ନେଇକରି କହିଲେ କି ସେ ଜଣେ ମା’, ତାଙ୍କର ଦୁଃଖ ବେଦନାକୁ ଆମେ ବୁଝି ପାରିବା ନାହିଁ। ଘବରାଇବାର ଆବଶ୍ୟକତା ନାହିଁ, ନ୍ୟାୟ ନିଶ୍ଟିତ ମିଳିବ। ନିର୍ଭୟାର ପିତା କହିଲେ ଆମକୁ ବିଶ୍ବାସ ଅଛି କି ଚତୁର୍ଥ ଥର ଯେଉଁ ତାରିଖ ସ୍ଥିର ହେବ ତାହା ଅଭିଯୁକ୍ତମାନଙ୍କର ଶେଷ ଦିନ ହେବ।

ସେ କହିଲେଯେ, ‘ଏଥିପାଇଁ ଆମେ ପ୍ରସ୍ତୁତ ଥିଲୁ କାରଣ ଆମର ଓକିଲ କହିଥିଲେ କି ପବନ ତରଫରୁ ଏମିତି ପଦକ୍ଷେପ ଉଠାଯିବ। ସେଥିପାଇଁ ଆମେ ଖୁସି ଥିଲୁ କି ଏହା ଶେଷ ପଦକ୍ଷେପ ହେବ। ବଦ୍ରୀନାଥ ସିଂହ କହିଲେ ଯେଉଁ ଦିନ ରାଷ୍ଟ୍ରପତି ତା’ର ରାଜକ୍ଷମା ଖାରଜ କରିବେ ତା’ଠାରୁ ୧୪ଦିନ ପରେ ଶେଷ ଦିନ ହେବ। ଆମ ଦେଶର ସିଷ୍ଟମ ସଢ଼ିଗଲାଣି।’

ନିର୍ଭୟାର ଓକିଲ ସୀମା କୁଶବାହା କହିଲେ କି ‘ବହୁତ ଶିଘ୍ର ୨-୩ ଦିନଭିତରେ ଆମକୁ ଏକ ନୂଆ ତାରିଖ ମିଳିବ। ଯାହାକି ଫାଇନାଲ୍ ହେବ। ନିର୍ଭୟାର ଓକିଲ ମଧ୍ୟ କହିଲେ କି ଏହି ଦେଶର ସିଷ୍ଟମ ସଢ଼ିଯାଇଛି। ସେ କହିଲେ କି ୩୦-୪୦ ବର୍ଷ ପର୍ଯ୍ୟନ୍ତ ଲୋକ କେସ ଲଢ଼ୁଥାନ୍ତି ୧୦ ବିଘା ଜମି ପାଇଁ ସେ କେସକୁ ଲଢ଼ିବା ପାଇଁ ୧୦ ବିଘା ଜମି ବିକ୍ରୀ କରିଦିଅନ୍ତି। ଏହା କେଉଁ ପ୍ରକାରର ନ୍ୟାୟ? ସେ କହିଲେଯେ, ସମ୍ପୂର୍ଣ୍ଣ ଜଷ୍ଟିସ ସିଷ୍ଟମରେ ଏକ ରିଫର୍ମର ଆବଶ୍ୟକତା ରହିଛି।’

ସୂଚନାଯୋଗ୍ୟଯେ, ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି। ଆଜି ସୁପ୍ରୀମ କୋର୍ଟ ପବନର କ୍ୟୁରେଟିଭ ପିଟିସନ ଖାରଜ କରିଥିଲେ। ତେବେ ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ସକାଳ ୬ଟାର ଫାଶୀ ଦିଆଯିବା ପାଇଁ ବ୍ଲାକ ୱାରେଣ୍ଚ ଜାରୀ କରାଯାଇଥିଲା। ଏହା ପୂର୍ବରୁ ମଧ୍ୟ ୨ଥର ଡେଥ୍ ଓ୍ୱାରେଣ୍ଟ ଜାରି କରାଯାଇ ସାରିଛି।

ତେବେ ଅନ୍ୟ ୩ ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପ ସରିଥିବା ବେଳେ ଆଜି ପବନର ଉଭୟ କ୍ୟୁରେଟିଭ ପିଟିସନ ସୁପ୍ରୀମ କୋର୍ଟ ଖାରଜ କରିଥିବା ବେଳେ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି।