Odiapua.com

ଦିଲ୍ଲୀ-ବାରାଣାସୀ ସମେତ ଏହି ୬ ରୁଟରେ ଦୌଡ଼ିବ ବୁଲେଟ ଟ୍ରେନ

ନୂଆ ଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) ରେଲୱେ ବୋର୍ଡର ଚେୟାରମ୍ୟାନ ବି.କେ ଯାଦବ କହିଛନ୍ତି କି ରେଲୱେ ହାଇ ସ୍ପିଡ ଏବଂ ସେମି-ହାଇ ସ୍ପିଡ ରେଳ କରିଡୋର ପାଇଁ ଛଅଟି ସେକ୍ସନ ଚିହ୍ନିତ କରିଛି। ଯାହାର ବିସ୍ତୃତ ପରିଯୋଜନା ରିପୋର୍ଟ (DPR) ଏକ ବର୍ଷରେ ପ୍ରସ୍ତୁତ ହେବ। ମୁମ୍ବାଇ-ଅହମ୍ମଦାବାଦ ହାଅ ସ୍ପିଡ କରିଡୋର ଉପରେ ପୂର୍ବରୁ ହିଁ ନିର୍ମାଣ କାର୍ଯ୍ୟ ଚାଲୁଛି। ହାଇ ସ୍ପିଡ କରିଡୋର ଉପରେ ଟ୍ରେନ ୩୦୦ କିଲୋମିଟର ପ୍ରତି ଘଣ୍ଟାର ଅଧିକତମ ବେଗରେ ଚାଲିପାରିବ। ସେମି ହାଇସ୍ପିଡ କରିଡୋର ଉପରେ ୧୬୦ କିଲୋମିଟର ପ୍ରତି ଘଣ୍ଟାରୁ ଅଧିକ ଗତିରେ ଚାଲି ପାରିବ।

ଏହି ରୁଟରେ ଦୌଡ଼ିବ ବୁଲେଟ ଟ୍ରେନ
ସାଧାରଣ ବଜେଟ ପୂର୍ବରୁ ସାମ୍ବାଦିକମାନଙ୍କୁ କଥାବାର୍ତ୍ତା ହେବା ସମୟରେ ଯାଦବ କହିଲେ କି ଛଅଟି କରିଡୋର ଦିଲ୍ଲୀ-ନୋଏଡା-ଆଗରା-ଲକ୍ଷ୍ନୌ-ବାରାଣାସୀ (୮୬୫ କିଲୋମିଟର) ଏବଂ ଦିଲ୍ଲୀ-ଜୟପୁର-ଉଦୟପୁର-ଅହମ୍ମଦାବାଦ (୮୮୬ କିଲୋମିଟର) ସେକ୍ସନ ସାମିଲ ଅଛି। ଅନ୍ୟ କରିଡୋର ମଧ୍ୟରେ ମୁମ୍ବାଇ-ନାସିକ-ନାଗପୁର (୭୫୩ କିଲୋମିଟର), ମୁମ୍ବାଇ-ପୁଣେ-ହାଇଦ୍ରାବାଦ (୭୧୧ କିଲୋମିଟର), ଚେନ୍ନାଇ-ବାଙ୍ଗାଲୋର-ମହୀଶୁର (୪୩୫ କିଲୋମିଟର) ଏବଂ ଦିଲ୍ଲୀ-ଚଣ୍ଡିଗଡ଼-ଲୁଧିଆନା-ଜଳନ୍ଧର-ଅମୃତସର (୪୫୯ କିଲୋମିଟର) ସାମିଲ ଅଛି।

ଏକ ବର୍ଷରେ ଡିପିଆର ପ୍ରସ୍ତୁତ ହେବ
ଯାଦବ କହିଛନ୍ତି, ଆମେ ଏହି ଛଅ କରିଡୋରକୁ ଚିହ୍ନିତ କରିଛୁ ଏବଂ ତାଙ୍କ ଡିପିଆର ଏକ ବର୍ଷରେ ପ୍ରସ୍ତୁତ ହୋଇଯିବ। ଡିପିଆରରେ ଏହି ମାର୍ଗରୁଡ଼ିକର ବ୍ୟବହାରତାର ଅଧ୍ୟୟନ କରାଯିବ। ଯେଉଁଥିରେ ଭୂମିର ଉପଲବ୍ଧତା ତଥା ସେଠାରେ ଯାତାୟାତର କ୍ଷମତା ଆଦି ସାମିଲ ଅଛି। ଏହି ସବୁ ଅଧ୍ୟୟନ ପରେ ଆମେ ନିର୍ଣ୍ଣୟ ନେବୁ କି ତାହା ହାଇସ୍ପିଡ ହେବ କି ସେମି ହାଇ ସ୍ପିଡ।

ପ୍ରଥମ ବୁଲେଟ ଟ୍ରେନ ପରିଯୋଜନା ୨୦୨୩ରେ ସମ୍ପୂର୍ଣ୍ଣ ହେବ
ସେ କହିଲେ କି ଦେଶର ପ୍ରଥମ ହାଇସ୍ପିଡ କରିଡୋର ମୁମ୍ବାଇ-ଅହମ୍ମଦାବାଦରେ ଭାରତର ବୁଲେଟ ଟ୍ରେନ ପରିଯୋଜନା ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇଯିବ। ଯାଦବ ଏହା ମଧ୍ୟ କହିଛନ୍ତି କି ବୁଲେଟ ଟ୍ରେନ ପରିଯୋଜନା ପାଇଁ ଭୂମି ଅଧିଗ୍ରହଣର ୯୦ ପ୍ରତିଶତ କାମ ଆସନ୍ତା ଛଅ ମାସରେ ସମ୍ପୂର୍ଣ୍ଣ ହୋଇଯିବ। ଆମ ପ୍ରୋଜେକ୍ଟ ପାଇଁ ୧୩୮୦ ହେକ୍ଟର ଜମିର ଆବଶ୍ୟକତା ଅଛି। ଏଥିରୁ ୧୦୦୫ ହେକ୍ଟର ଜମି ପ୍ରାଇଭେଟ ଜମି। ଏହା ମଧ୍ୟରୁ ୪୭୧ ହେକ୍ଟର ଜମି ଆମେ ଅଧିଗ୍ରହଣ କରିସାରିଛୁ। ୧୪୯ ହେକ୍ଟର ସରକାରୀ ଜମିରୁ ୧୧୯ ହେକ୍ଟର ଅଧିଗ୍ରହଣ କରାଯାଇଛି। ଶେଷ ୧୨୮ ହେକ୍ଟର ଭୂମି ରେଲୱେର ଯାହା ପ୍ରୋଜେକ୍ଟ କୁ ଦିଆଯାଇଛି।