Odiapua.com

କରୋନା ଭାଇରସ୍ ଡରରେ ଖବର କାଗଜ ବିକ୍ରି ହ୍ରାସ

କୋଲକାତା ୨୬-୩ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗର କୋଲକାତାରେ ଖବରକାଗଜ ବିକ୍ରି ହ୍ରାସ ପାଇଛି ବୋଲି ANI ରିପୋର୍ଟ କରିଛି। ରିପୋର୍ଟ ଅନୁଯାୟୀ କୋରୋନାଭାଇରସ ସଂକ୍ରମଣ ଡରରେ ଅଧିକାଂଶ ଗ୍ରାହକ ଖବରକାଗଜ କିଣିବା ବନ୍ଦ କରିଦେଇଛନ୍ତି ବୋଲି ହକର କହୁଛନ୍ତି। ଲୋକମାନେ ଭାବୁଛନ୍ତି ଖବରକାଗଜ ଦ୍ୱାରା ଭାଇରସ ସେମାନଙ୍କ ଘରକୁ ଆସିପାରେ। ତେଣୁ ହକର ମାନଙ୍କୁ ଅଧିକାଂଶ ସୋସାଇଟିରେ ପ୍ରବେଶ କରିବାକୁ ମଧ୍ୟ ଅନୁମତି ଦିଆଯାଉ ନାହିଁ ବୋଲି କହିଛନ୍ତି କିଛି ହକର।