Odiapua.com

ବାଇକ୍ ଆରୋହୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରୀ: ଜାଣିନିଅନ୍ତୁ ନୂଆ ନିୟମ ..

ନୂଆଦିଲ୍ଲୀ: ଟ୍ରାଫିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ଏହି କାରଣରୁ ସରକାର କିଛି ନିୟମରେ ମଧ୍ୟ ପରିବର୍ତ୍ତନ କରୁଛନ୍ତି। ନିକଟରେ ପରିବହନ ମନ୍ତ୍ରଣାଳୟ ଦୁଇ ଚକିଆ ଯାନ ସମ୍ବନ୍ଧରେ ନୂତନ ଗାଇଡଲାଇନ୍ ଜାରୀ କରିଛନ୍ତି। ନୂତନ ଗାଇଡଲାଇନ୍ ମାଧ୍ୟମରେ ସରକାର ପୂର୍ବ ଅପେକ୍ଷା ବାଇକ୍ ଆରୋହୀଙ୍କୁ ଅଧିକ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି।

ହ୍ୟାଣ୍ଡ ହୋଲ୍ଡ ଏବଂ ଫୁଟେଜ୍ –
କେନ୍ଦ୍ର ସରକାର ଜାରୀ କରିଥିବା ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ ବାଇକର ଉଭୟ ପାର୍ଶ୍ୱ ଏବଂ ଡ୍ରାଇଭର ସିଟ୍ ପଛରେ ହ୍ୟାଣ୍ଡ ହୋଲ୍ଡ ରହିବା ବାଧ୍ୟତାମୂଳକ। ଏହାର ଉଦ୍ଦେଶ୍ୟ ହେଉଛି ପଛରେ ବସିଥିବା ଲୋକଙ୍କୁ ସୁରକ୍ଷା ଦେବା। ବର୍ତ୍ତମାନ ଅଧିକାଂଶ ଦୁଇ ଚକିଆ ଯାନରେ ଏହି ସୁବିଧା ଯୋଗାଇ ଦିଆଯାଉ ନାହିଁ। ଏହା ବ୍ୟତୀତ ବାଇକ୍ ପଛରେ ବସିଥିବା ଲୋକଙ୍କ ପାଇଁ ଉଭୟ ପାର୍ଶ୍ଵରେ ଫୁଟେଜ୍ ରହିବା ମଧ୍ୟ ବାଧ୍ୟତାମୂଳକ ହେବ।

ବାସ୍କେଟ୍ ଲାଗିବା ଉପରେ –
ଗାଇଡଲାଇନରେ ଦର୍ଶାଯାଇଛି ଯେ ବାଇକର ପଛ ଚକର ବାମ ପାର୍ଶ୍ୱ ଅତି କମରେ ଅଧା ପାର୍ଶ୍ୱକୁ ସୁରକ୍ଷିତ ଭାବରେ ଆଚ୍ଛାଦିତ କରାଯିବ। ଯାହା ଦ୍ୱାରା ପଛ ସିଟରେ ବସିଥିବା ଲୋକର ପୋଷାକ ପଛ ଚକରେ ଛନ୍ଦି ନହୁଏ। ପରିବହନ ମନ୍ତ୍ରଣାଳୟ ବାଇକରେ ହାଲୁକା ବାସ୍କେଟ୍ ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ବାସ୍କେଟର ଦୈର୍ଘ୍ୟ ୫୫୦ ମିମି, ମୋଟେଇ ୫୧୦ ମିମି ଏବଂ ଉଚ୍ଚତା ୫୦୦ ମିମିରୁ ଅଧିକ ହେବା ଉଚିତ୍ ନୁହେଁ। ଏଥିସହିତ, ଯଦି ବାସ୍କେଟଟି ପଛ ସିଟ୍ ସ୍ଥାନରେ ଲଗାଯାଇଥାଏ, ତେବେ ଅନ୍ୟ ବ୍ୟକ୍ତି ସେହି ବାଇକରେ ବସି ପାରିବେ ନାହିଁ। /- @DevDr