Odiapua.com

ନେପାଳର ଦୁଃସାହସ – ୩ ଭାରତୀୟଙ୍କ ଉପରେ ଚଳାଇଲା ଗୁଳି – ଜଣେ ଆହତ

ନୂଆ ଦିଲ୍ଲୀ ୧୯-୭ (ଓଡ଼ିଆ ପୁଅ) ନେପାଳ ପୋଲିସ ବିହାରର କିଶାନଗଞ୍ଜରେ ଭାରତ-ନେପାଳ ସୀମା ନିକଟରେ ତିନି ଜଣ ଭାରତୀୟଙ୍କ ଉପରକୁ ଗୁଳି ଚଳାଇବା ପରେ ଜଣେ ଭାରତୀୟ ଆହତ ହୋଇଥିବାର ଖବରରୁ ପ୍ରକାଶ।
– ଏହି ଘଟଣା ଶନିବାର (ଜୁଲାଇ 18) ସନ୍ଧ୍ୟାରେ ଘଟିଥିବା କୁହାଯାଉଛି।
– ANI ଖବର ଅନୁଯାୟୀ ଆହତଙ୍କୁ ତୁରନ୍ତ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। କିଶନଗଞ୍ଜ ଏସପି ଏହାକୁ ପୁଷ୍ଟି କରିଛନ୍ତି ଏବଂ ଏହା ଉପରେ ତଦନ୍ତ ଚାଲିଛି।

ଖବର ଅନୁଯାୟୀ, ଆହତ ବ୍ୟକ୍ତି ଜଣକ ଜିତେନ୍ଦ୍ର କୁମାର (25) ବୋଲି ଜଣାପଡ଼ିଛି। ପ୍ରଥମେ ଟେରହାଗାଖର ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ପୂର୍ଣ୍ଣିଆ ଡାକ୍ତରଖାନାକୁ ପଠାଯାଇଛି। ଖବର ଅନୁଯାୟୀ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଖବର ଅନୁଯାୟୀ, ଆହତ ବ୍ୟାକ୍ତି, ଦୁଇ ସାଥୀଙ୍କ ସହ ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ବେଳେ ଭାରତ-ନେପାଳ ସୀମାରେ ଥିବା ମାଫି ଟୋଲା ନିକଟରେ ନିଜ ଗାଈକୁ ଖୋଜିବା ପାଇଁ ଏକ ଫାର୍ମକୁ ଯାଇଥିଲେ। ସୀମାରେ ନିୟୋଜିତ ନେପାଳ ପୋଲିସ ଯୁବକମାନଙ୍କ ଉପରକୁ ଗୁଳି ଚଳାଇଥିଲେ ଯେଉଁଥିରେ ଜିତେନ୍ଦ୍ର ସିଂ ଗୁଳିରେ ଆହତ ହୋଇଥିଲେ।