Odiapua.com

ନୟାଗଡ଼ରେ ଏଲ୍ଇଡି ଲାଇଟର ଶୁଭାରମ୍ଭ

ନୟାଗଡ଼, ୭ା୫(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କେନ୍ଦ୍ର ସରକାରଙ୍କ ଇଇଏସ୍ଏଲ୍ ସଂସ୍ଥା ସହଯୋଗରେ ନୟାଗଡ଼ ସହରରେ ଏଲଇଡି ଲାଇଟର ଶୁଭାରରମ୍ଭ ହୋଇଛି। ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନ ୧ନଂ ୱାର୍ଡ଼ରେ ଏଲଇଡି ଲାଇଟର ଶୁଭାରମ୍ଭ ହୋଇଥିଲାବେଳେ ଅନ୍ୟ ସମସ୍ତ ୱାର୍ଡ଼ରେ ୪୦ ଦିନ ଭିତରେ ଏହି ଲାଇଟର ବ୍ୟବସ୍ଥାର ସୁବିଧା ମିଳିବ ବୋଳି କୁହାଯାଇଛି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଇଇଏସଏଲ ସଂସ୍ଥାର ଓଡ଼ିଶା ମୁଖ୍ୟ ସଞ୍ଜିବ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।