Odiapua.com

ନୟାଗଡ଼ ରଥଯାତ୍ରାରେ ଛେରାପହଁରା କଲେ ନୂଆ ଯୁବରାଜ ରାମେଶ୍ୱର ପ୍ରସାଦ ସିଂହ

ନୟାଗଡ଼,୧୪ା୭(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ରେ ଶାନ୍ତିପୂର୍ଣ୍ଣ ଭାବରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସବୁ କଳ୍ପନା ଜଳ୍ପନା ର ଅବସାନ ଘଟାଇ ଶେଷରେ ନୂଆ ଯୁବରାଜ ରାମେଶ୍ୱର ପ୍ରସାଦ ସିଂ ତିନି ଠାକୁରଙ୍କ ରଥରେ ଛେରାପହଁରା କରିଛନ୍ତି । ପାଗ ଅନୁକୂଳ ଥିବାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲାବେଳେ ତିନି ରଥକୁ ଭକ୍ତମାନେ  ଆନନ୍ଦ ସହକାରେ ଟାଣୁଥିବାର ପରିଲକ୍ଷିତ ହୋଇଥିଲା । ସମସ୍ତ ଦେବନୀତି ତଥା ମଙ୍ଗଳଆଳତୀ,ଅବକାଶ,ସକାଳ ଧୂପ,ରଥ ପ୍ରତିଷ୍ଠା,ମଙ୍ଗଳାର୍ପଣ,ପହଣ୍ଡିବିଜେ ସମସ୍ତ ଯଥାନୀତି  ସମ୍ପନ୍ନ ପରେ  ଛେରାପହଁରା କରାଯାଇ ଶ୍ରୀଜୀଉମାନଙ୍କ ରଥଟଣା କାର୍ଯ୍ୟ  ଆରମ୍ଭ ହୋଇଥିଲା ।   ଛେରାପହଁରାକୁ ନେଇ ଦୀଘବର୍ଷ ହେଲା ଲାଗି ରହିଥିବା ରାଜବଂଶ  ବିବାଦରେ ଫଳସ୍ୱରୂପ  ଶେଷରେ ରାଜା ରାମେଶ୍ୱର ପ୍ରସାଦ ସିଂହ ମାନଧାତାଙ୍କୁ ହାଇକୋର୍ଟ  ଛେରାପହଁରା କରିବାକୁ  ନ୍ୟାୟ  ଦେବାପରେ  ସବୁ କଳ୍ପନା  ଜଳ୍ପନାର ଅବସାନ ଘଟାଇ  ତିନି ରଥରେ  ରାଜା ରାମେଶ୍ୱର ପ୍ରସାଦ ଛେରାପହଁରା କରିଥିଲେ । ରାଜା ରାମେଶ୍ୱର ପ୍ରସାଦ ସିଂହ ଦେବୋତ୍ତର  ବିଭାଗ ପକ୍ଷରୁ ଉପଜିଲ୍ଳାପାଳ ଛେରାପହଁରା କରିବାପାଇଁ ଆମନ୍ତ୍ରଣ କରିବା ପରେ  ସେ  ପୁରୁଣା ରାଜବାଟୀ ଦୂର୍ଗାଦେବୀ ପୂଜାର୍ଚ୍ଚନା କରିବା ପରେ  ରାଜନଅରରୁ ୍ବାହାରି  ଥାଟ,ପାଟ ,ପଟୁଆରରେ ଏକ ବିରାଟ ଶୋଭାଯାତ୍ରାରେ   ଯାଇ ତିନି ଦିଅଁକୁ ଛେରାପହଁରା କରିଥିଲେ । ଦେବନୀତି ଅନୁଯାୟୀ ପୂର୍ବାହ୍ନ ୧୧ଟାରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ କରାଯାଇ ଅପରାହ୍ନ ୨ଟାରେ ଛେରାପହଁରା ଏବଂ ଅପରାହ୍ନ ୪ଟାରେ ରଥଟଣା ନୀତି ସମ୍ପନ୍ନ ହୋଇଥିଲା । ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି  ଜନ୍ମବେଦୀକୁ ୯ଦିନ ପାଇଁ ଯାତ୍ରାରେ ଯାଉଥିବାବେଳେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ପ୍ରଥମେ ମାଉସୀମା ମନ୍ଦିର ଠାରେ ପହଞ୍ଚି ଯାଇଥିଲେ । ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ହନୁମାନ ମନ୍ଦିର  ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନବନାଳ ମଠ ଠାରେ ଅଟକିଯାଇଥିଲେ ।  ହଜାର ହଜାର ଭକ୍ତ ବଡ଼ କୌତୁହଳ ସହକାରେ ରଥ ଟାଣୁଥିବା ଦେଖିବାକୁ ମିଳୁଥିଲା । ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।  ଏପରିକି  ପ୍ରଥମ କରି କୋର୍ଟ ରାୟରେ ବିଜୟ ଲାଭ କରି  ଛେରାପହଁରା କରିବାପାଇଁ  ଥାଟ ପାଟ ପଟୁଆର ସହ  ରାଜା ଅମରେନ୍ଦ୍ର ପ୍ରସାଦ  ରାଜନଅରରୁ ରଥଖଳାକୁ ଆସୁଆସୁଥିବାବେଳେ କିଛି ଅଘଟଣ ଘଟିବା ଆଶଂକାରେ ବ୍ୟାପକ ପୁଲିସ ମୃତୟନ ହୋଇଥିବା ଦେଖିବାକୁ ମିଳିଥିଲା । ନୂଆରାଜା ଅମରେନ୍ଦ୍ର ପ୍ରସାଦ ନୂଆକରି କୋର୍ଟ ରାୟରେ ୍ବିଜୟ ଲାଭ କରି ଛେରାପହଁରା କରିବାକୁ ଆସୁଥିବାବେଳେ ହଜାର ହଜାର ଦର୍ଶକ  ଉତ୍ସୁକତାର ସହ ଚାହିଁ ରହିଥିବା ଦେଖିବାକୁ ମିଳିଥିଲ । ତେବେ ସେମିତ୍ି କୌଣସି ବଡ଼ ଧରଣର  ଅଘଟଣ ଦେଖିବାକୁ ମିଳିଥିଲା । ଦର୍ଶକଙ୍କ ପାଇଁ ସନ୍ଧ୍ୟାରେ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣର ବ୍ୟବସ୍ଥା ହୋଇଥିଲା ।  ବହୁ ସଂଖ୍ୟାରେ ଦର୍ଶକ ସମବେତ ହୋଇ ଏହାକୁ ଉପଭୋଗ କରିଥିଲେ । ଦୀର୍ଘରାତି ପର୍ଯ୍ୟନ୍ତ ଜନ ଗହଳି ଲାଗି ରହିଥିଲା ।  ଉ୍େଲ୍ଲଖଯୋଗ୍ୟ  ନୟାଗଡ଼ର ସ୍ୱର୍ଗତ ରାଜା କୃଷ୍ଣଚନ୍ଦ୍ର ସିଂହ ମାନ୍ଧାତାଙ୍କ ଦେହାନ୍ତ ପରେ  ବିଭିନ୍ନ ସମୟରେ କିଏ କେତେବେଳେ ଛେରାପହଁରା କରିଥିବାର ନଜିର ରହିଛି ।  ୧୯୮୩ରେ ସ୍ୱର୍ଗତ ରାଜା କୃଷ୍ଣଚନ୍ଦ୍ରଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଅମରେନ୍ଦ୍ର ଗୋଟିଏ ବର୍ଷପାଇଁ ଛେରାପହଁରା କରିଥିଲେ । ୧୯୮୪ରୁ ୧୯୮୬ ପର୍ଯ୍ୟନ୍ତ ରାଜଗୁରୁ ଛେରାପହଁରା କରିଥିଲେ । ୧୯୮୭ରେ ଉପଜିଲ୍ଲାପାଳ ଛେରାପହଁରା କରିଥିବାବେଳେ ୧୯୮୮ରୁ ୨୦୧୨ ପର୍ଯ୍ୟନ୍ତ  କୃଷ୍ଣଚନ୍ଦ୍ରଙ୍କ ସିଂହଙ୍କ ଆଉ ଅନ୍ୟଏକ ପୁଅ ବ୍ରଜେନ୍ଦ୍ର ସିଂହ ଛେରାପହଁରା କରିଥିଲେ । ୨୦୧୨ରେ ବ୍ରଜେନ୍ଦ୍ରଙ୍କ ଦେହାନ୍ତ ପରେ ଉପୁଜିଥିଲେ ମଧ୍ୟ ବ୍ରଜେନ୍ଦ୍ରଙ୍କ ପୁଅ ଗଜେନ୍ଦ୍ର ସିଂହ ଛେରାପହଁରା କରିଥିଲେ । ତେବେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଅମରେନ୍ଦ୍ର ପ୍ରଥମେ ଗୋଟିଏ ବର୍ଷ ଛେରାପହଁରା କରିଥିବାବେଳେ ଅମରେନ୍ଦ୍ରଙ୍କ ପୁଅ  ରାମେଶ୍ୱର ପ୍ରସାଦ ସିଂହ ଛେରାପହଁରା କରିବାପାଇଁ  ଦାବି କରିଥିଲେ ଯାହାକି ଗତବର୍ଷ ୨୦୧୭ରେ ଯୁବରାଜ ରାମେଶ୍ୱର ପ୍ରସାଦ ସିଂ ଛେରାପହଁରା କରିଥିଲାବେଳେ ଚଳିତବର୍ଷ ମଧ୍ୟ ଛେରାପହଁରା କରିବାପାଇଁ ହାଇକୋର୍ଟଙ୍କ ରାୟରେ ଉପଜିଲାପାଳଙ୍କ  ଆମନ୍ତ୍ରଣ ପାଇ  ଯୁବରାଜ ରାମେଶ୍ୱର ପ୍ରସାଦ ସିଂ ଛେରାପହଁରା କରିିଥିଲେ ।