Odiapua.com

ନୟାଗଡ଼ ପୁସ୍ତକ ମେଳା ଉଦ୍ୟାପିତ

ନୟାଗଡ଼, ୮/୪:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଖେଳ ପଡ଼ିଆରେ ୮ଦିନ ଧରି ଚାଲିଥିବା ପୁସ୍ତକ ମେଳା ରବିବାର ଉଦ୍ୟାପିତ ହୋଇଯାଇଛି। ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଆଶିଷ କୁମାର ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁସ୍ତକ ମେଳାର ଉଦ୍ୟାପନ ଉତ୍ସବର ଶେଷ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଆୟକର କମିଶନର ତଥା ଗାଳ୍ପିକା ପାରମିତା ଶତପଥୀ ଯୋଗଦେଇଥିବାବେଳେ ଅନ୍ୟତମ ଅତିଥିଭାବେ ବିଧାୟକ ଡ.ଅରୁଣ କୁମାର ସାହୁ, ସମ୍ମାନୀତ ଅତିଥିଭାବେ ଜିଲ୍ଳାପାଳ ଅରିନ୍ଦମ ଡାକୁଆ, ପିଡି ଡିଆରଡିଏ ଅଭୟ କୁମାର ନାୟକ, ଅତିରିକ୍ତ ଜିଳ୍ଲାପାଳ ପ୍ରଶାନ୍ତ କୁମାର ରଥ, ଉପଜିଲ୍ଳାପାଳ ଜିତେନ୍ଦ୍ର କୁମାର ସାହୁ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ଜିଲ୍ଳାର ଗୌରବ ଗାରିମା ଉପରେ ଆଲୋକପାତ କରିଥିଲାବେଳେ ମୁଖ୍ୟଅତିଥି ଗାଳ୍ପିକା ଶ୍ରୀମତୀ ଶତପଥୀଙ୍କ ସାହିତ୍ୟ ଚର୍ଚ୍ଚା ଉପସ୍ଥିତ ଦର୍ଶକଙ୍କୁ େବଶ୍ ମନ୍ତ୍ରମୁଗ୍ଧ କରିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ନୟାଗଡ଼ ବନ୍ଦନା ସହ ଓଡ଼ଗାଁର ବୈଦେହୀ ସଙ୍ଗୀତାୟନ, ରୟାଲ ଡ୍ୟାନ୍ସ ଗୃପ୍, ସରସ୍ୱତୀ ଡ୍ୟାନ୍ସ ଗୃପ୍, ଟାଇକେଣ୍ଡୋ ଏକାଦେଡମୀ ଓ ରଘୁନାଥ ନୃତ୍ୟାୟନ ଦ୍ୱାରା ପରିବେଷିତ ବିଭିନ୍ନ ପ୍ରକାର ଡ୍ୟାନ୍ସକୁ ଦର୍ଶକ ବେଶ୍ ଉପଭୋଗ କରିଥିଲେ।