Odiapua.com

ନୟାଗଡ଼ର ନୂଆ ଜିଲ୍ଲାପାଳ ଡ.ଏନ୍ ଥିରୁମାଲା ନାଏକ କାର୍ଯ୍ୟରେ ଯୋଗଦେଲେ

ନୟାଗଡ଼, ୧୦ା୫:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ର ନୂତନ ଜିଲାପାଳଭାବେ ଡ.ଏନ୍ ଥିରୁମାଲା ନାଏକ (ଆଇଏଏସ୍) ଗୁରୁବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି। ଶ୍ରୀ ନାଏକ ଜିଲାପାଳଭାବେ ଯୋଗଦାନ ଦେବା ଅବସରରେ ନୟାଗଡ଼ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟକୁ ସର୍ବାଗ୍ରେ ଗୁରୁତ୍ୱ ଦେବା ସହ ଜିଲ୍ଲାର ବିକାଶ ହେବା ଦିଗରେ ଜିଲ୍ଲାବାସୀଙ୍କର ସହଯୋଗ କାମନା କରିଛନ୍ତି। ନୂଆ ଜିଲାପାଳ ଶ୍ରୀ ନାଏକଙ୍କ ଯୋଗଦାନ ପରେ ଜିଲାର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଚଳଚଂଚଳ ହୋଇପଡ଼ିଥିବାବେଳେ ଜିଲାର ବିକାଶ ଦିଗରେ ନୂଆ ଜିଲାପାଳ ସହାୟ ହେବେ ବୋଲି ଜିଲାବାସୀ ଆଶ ପ୍ରକଟ କରିଛନ୍ତି। ଜିଲାପାଳଙ୍କ ଯୋଗଦାନରେ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ କରାଯାଇଛି। ଉଲ୍ଳେଖଯୋଗ୍ୟ ଏଠାରେ ଅବସ୍ଥାପିତ ଥିବା ଜିଲାପାଳ ଅରିନ୍ଦମ ଡାକୁଆଙ୍କର ବଲାଙ୍ଗିର ଜିଲ୍ଲାର ଜିଲ୍ଳାପାଳଭାବେ ବଦଳି ହୋଇଯିବା ପରେ ନୂଆ ଜିଲାପାଳ ଶ୍ରୀ ନାଏକ ଆଜି ନୂତନଭାବେ ଏଠାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।