Odiapua.com

ନୟାଗଡ଼ ଏନ୍ଏସି ପକ୍ଷରୁ ମେଧା ସମ୍ମାନ

ନୟାଗଡ଼, ୧୬ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଏନଏସି ପକ୍ଷରୁ ମାଟି୍ରକ ପରୀକ୍ଷାରେ ୬୦ ପ୍ରତିଶତ ମାର୍କ ରଖିଥିବା କୃତି ପ୍ରତିଭାମାନଙ୍କୁ ସମ୍ମାନୀତ କରାଯାଇଛି। ନୟାଗଡ଼ ଏନଏସିର ଚେୟାରମ୍ୟାନ ଗୁରୁପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୧୨ଟି ସ୍କୁଲର ପ୍ରାୟ ୩୬୩ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲାବେଳେ ୧୧୦ ଜଣ ଶିକ୍ଷକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇଥିବାବେଳେ ଜିଲାପାଳ ଡ.ଏନ୍ ତିରୁମାଲା ନାୟକ ସମ୍ମାନୀତ ଅତିଥିଭାବେ ଯୋଗଦେଇ କୃତୀ ପ୍ରତିଭାମାନଙକୁ ସମ୍ମାନୀତ କରିଥିଲେ। ଏହି ଉତ୍ସବରେ ସାମ୍ବାଦିକ ରାମକୃଷ୍ଣ ରଥ ଓ କବି ଶରତ ଚନ୍ଦ୍ର ଆଚାର୍ଯ୍ୟ ମିଳିତଭାବେ ସଂଯୋଜନା କରିଥିଲେ।