Odiapua.com

ନୟାଗଡ଼ କପ୍ ଫୁଟବଲ୍: ଟ୍ରାଇବେକରରେ ରାଜବୋରା ସମର ୫-୪ ଗୋଲରେ ବିଜୟୀ

ନୟାଗଡ଼,୭ା୨(ଓଡ଼ିଆପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ଖେଳପଡ଼ିଆରେ ଚାଲିଥିବା ଜିଲ୍ା ଆଥଲେଟିକ୍ ଆସୋସିଏସନ ଓ ୭୮୬ ସିନ୍ଦୁରିଆର ମିଳିତ ଉଦ୍ୟମରେ ଷଷ୍ଠ ଦିବସରେ ରାଜବୋରା ସମର ପଦ୍ମପୁର  ଭବାନୀପାଟଣା ସ୍ପୋଟ୍ସ ହଷ୍ଟେଲକୁ ୫-୪ ଗୋଲରେ ହରାଇ ବିଜୟୀ ହୋଇଛି । ଖେଳ ଆରମ୍ଭର ନିର୍ଦ୍ଧାରିତ ସମୟରେ ଉଭୟେ ଉଭୟଙ୍କୁ  ଦୁଇଟି ଲେଖାଏଁ ଗୋଲ ଦେଇ ଅତି ଚମକ୍ରାର ଭାବେ ଖେଳ ଖେଳି ଥିବାବେଳେ  ପରବର୍ତ୍ତୀ ସମୟରେ କେହି କାହାରିକୁ ଆଉ  ଗୋଲ ଦେଇପାରିନଥିଲେ । ଫଳରେ ଟ୍ରାଇବେକରର ଜରିଆରେ ଖେଳ କରାଯାଇଥିଲା । ଏଥିରେ ରାଜବୋରା ସମର ପଦ୍ମପୁର ୫-୪ ଗୋଲରେ ଭବାନୀପାଟଣାକୁ ହରାଇ ବିଜୟୀ ହୋଇଥିଲା । ରାଜବୋରା ବେକରରର ଜର୍ସି ନଂ ୧୫ର ଖେଳାଳୀ  ଟିକୁ ଖାଁକୁ ତାଙ୍କର ଚମକ୍ରାରୀତା ପାଇଁ ଅନୁଷ୍ଠିତ ଏହି ଖେଳରେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହେବା ସଙ୍ଗେ ହଜରତ ଖାଁ ୫ଶହ ଟଙ୍କା ଅର୍ଥ  ରାଶି ସହ ପଦକ ପ୍ରଦାନ କରିଥିଲେ । ଏହି ଖେଳରେ ଆଜିର ଅତିଥିଭାବେ ଏସଡିପିଓ ଜୟରାମ ଶତପଥୀ,ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଯୋଗଦେଇଥିବାବେଳେ ବିଜୟୀ ଦଳକୁ ମୁଖ୍ୟଅତିଥି ପୁରଷ୍କାର ପ୍ରଦାନ କରିଥିଲେ । ପଦ୍ମପୁର ଦଳର ଗୋଲକିପରଙ୍କୁ ଖେଳରେ ଉନ୍ନତମାନର ପାରଦର୍ଶୀତା ପାଇଁ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ୧୦୦୧ ଟଙ୍କାର ଅର୍ଥ ରାଶି ପୁରଷ୍କାର ପ୍ରଦାନ କରାଯାଇଥିଲା ।  ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଦାନ କରିଥିଲେ । ରେଫରିଭାବେ କାର୍ତ୍ତିକେଶ୍ୱର ଦାଶ,ପି.କେ.ପାଲ,ରାଜୁ ମହାନ୍ତି,ଆର ପାଇକରାୟ ଖେଳ ପରିଚାଳନା କରିଥିବାବେଳେ ମ୍ୟାଚ କମିଶନର  ଭାବେ ପ୍ରଶାନ୍ତ କୁମାର ବରାଡ଼ ଖେଳ ଦାୟିତ୍ୱ ନେଇଥିଲେ ।  କମିଟିର  ସଭାପତି ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ,ଶେଖ ଇସ୍ ମାଇଲ୍ଙ୍କ ନେତୃତ୍ୱରେ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ,ସରିଫ ଖାଁ,ଅଶେଷ ଦାଶ,ବିନାୟକ ପ୍ରସାଦ ରାଓ,ଶେଖ୍ ନଇମ୍ ,ଅନୱର ଅଲ୍ଲୀ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।